Categories
ଆଜିର ଖବର ଜାତୀୟ ଖବର

CBSE 12ଶ ପରୀକ୍ଷା ବାତିଲ ନେଇ କେନ୍ଦ୍ର ସରକାର ଦୁଇ ଦିନ ମଧ୍ୟରେ ନିଷ୍ପତି ନେବେ

ନୂଆଦିଲ୍ଲୀ, ବର୍ତ୍ତମାନ କୋଭିଡ ପରିସ୍ଥିତିରେ CBSE 12ଶ ପରୀକ୍ଷା ହୋଇପାରିବ କି ନାହିଁ ସରକାର ଦୁଇ ଦିନ ମଧ୍ୟରେ ନିଷ୍ପତି ନେବେ। ଫଳରେ ଆଜି ସୁପ୍ରମକୋର୍ଟରେ ଏହି ମାମଲା ନେଇ ଥିବା ଶୁଣାଣି ସ୍ଥଗିତ ରହିଛି। ଆଜି ସୁପ୍ରମ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା। ସରକାରଙ୍କ ତରଫରୁ ଲିଖିତ ଭାବେ କୋର୍ଟକୁ ଜଣାଇଦିଆଗଲା ଯେ, ଆଉ ଦୁଇଦିନ ସମୟ ଦିଅନ୍ତୁ। ଏହି ସମୟରେ କେନ୍ଦ୍ର ସରକାର ପରୀକ୍ଷା ହେବ କି ନାହିଁ ନିଷ୍ପତି କରି କୋର୍ଟକୁ ଅବଗତ କରାଇବେ। ଫଳରେ ପରୀକ୍ଷା ସଂପର୍କରେ ସରକାର ଦୁଇଦିନରେ କୋର୍ଟକୁ ଅବଗତ କରିବା ପରେ ଶୁଣାଣି ହେବ ବୋଲି ଜଣାପଡିଛି।