Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୧ ଅଭିଯାନରେ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ମହାକାଶ ଇତିହାସରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୍‌୧ ର ସଫଳ ଅଭିଯାନ ଭାରତ ପାଇଁ ଅକଳ୍ପନୀୟ ଗୌରବ ଆଣିଥିବାବେଳେ ଏହି ମିଶନରେ ସାମିଲ ଥିବା ଓଡିଶାର ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚୁ୍ୟଟର ଛାତ୍ର ଦୀପକ କୁମାର ସାହୁ, ଶିବୁ ପୃଷ୍ଟି ଏବଂ ନିରଞ୍ଜନ ମହାରଣା ଉଭୟ ମିଶନର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ସହାୟତା ପ୍ରଦାନ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି।

ଏହି ଫଟୋଗୁଡ଼ିକ ବିଶ୍ୱର ଅଗ୍ରଣୀ ମିଡିଆ ହାଉସରେ ପ୍ରକାଶିତ ହୋଇଥିଲା ଏବଂ ଏହାକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଟ୍ୱିଟ୍‌ କରିବା ପାଇଁ ବ୍ୟବହାର କରିଥିଲେ। ଏ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ ପାଇଁ ଇସ୍ରୋ ସହିତ ଚୁକ୍ତିନାମାରେ ଯୋଗ ଦେଇଥିବା ଏହି ଅନୁଷ୍ଠାନର ବିଷ୍ଣୁତ୍ରାଣ ପୃଥିପଦ, ଯଶୋବନ୍ତ ଆଚାର୍ଯ୍ୟ ଏବଂ ଅଚ୍ୟìତାନନ୍ଦ ନାହାକ ଏହି ମିଶନରେ ଅତ୍ୟନ୍ତ ବୃତ୍ତିଗତ ଭାବରେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି।

ବର୍ତ୍ତମାନ ଇସ୍ରୋର ବରିଷ୍ଠ ବୈଷୟିକ ସହାୟକ ଭାବ କାର୍ଯ୍ୟରତ ଏହି କୃତୀ ଛାତ୍ରମାନେ ଆଜି ପର୍ଯ୍ୟନ୍ତ ଅନେକ ରକେଟ୍‌ ମିଶନ୍‌ ପାଇଁ କାର୍ଯ୍ୟ କରିଛନ୍ତି। ସମ୍ପ୍ରତି ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୧ ମିଶନ୍‌ ପାଇଁ ସେମାନେ ସମସ୍ତ ଫଟୋଗ୍ରାଫିକ୍‌ ସହାୟତା ପ୍ରଦାନ କରିଛିନ୍ତି। ରକେଟ୍‌ ପର୍ଯ୍ୟାୟ ଏବଂ ଏକୀକରଣ କାର୍ଯ୍ୟକଳାପର ସମସ୍ତ ଭିଡିଓଗ୍ରାଫି କରିଛନ୍ତି।

ସେହିପରି ବିଭିନ୍ନ ଷ୍ଟାଟିକ୍‌ ଟେଷ୍ଟ, ମୋଟର ଫାୟାରିଂ, ଚନ୍ଦ୍ରଯାନ -୩ ସାଟେଲାଇଟ୍‌ ଡ୍ରପ୍‌ ଟେଷ୍ଟ ଇତ୍ୟାଦିର ବୈଜ୍ଞାନିକ ବିଶ୍ଳେଷଣ ପାଇଁ ହାଇ ସ୍ପିଡ୍‌ ଫଟୋଗ୍ରାଫି, ମାନୁଆଲ୍‌ ଭିଡିଓ ଟ୍ରାକିଂ, ଫିକ୍ସଡ୍‌ କ୍ୟାମେରା ନେଟୱାର୍କ, ରିଲେ ପାୱାରରେ ଫାଇବର ଅପଫିକ୍‌ ନେଟୱାର୍କ ଆଦିରେ ଫଟୋ ଓ ଭିଡିଓଗ୍ରାଫି ସମ୍ପାଦନ କରିବା ସହିତ ଇସ୍ରୋ ମୁଖ୍ୟାଳୟ, ଦୂରଦର୍ଶନ ଏବଂ ସମସ୍ତ ମିଡିଆ ଚ୍ୟାନେଲମାନଙ୍କୁ ସହାୟକ ତଥ୍ୟ ଯୋଗାଇ ଦେଇଥିଲେ।

ଦେଶର ସମସ୍ତ ବୈଜ୍ଞାନିକ ଏବଂ ମନ୍ତ୍ରୀମାନଙ୍କ ସହିତ ମିଶନ୍‌ କଣ୍ଟ୍ରୋଲ୍‌ ସେଣ୍ଟରରେ ଦିନିକିଆ ଭିଡିଓ କଭରେଜ୍‌ କରିବା ସହ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମଧ୍ୟ ଚିତ୍ର ଉତ୍ତୋଳନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଅବତରଣ ସ୍ଥଳ ନାମ ଦେଲେ ‘ଶିବ ଶକ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆଜି ସକାଳେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏକ ଭାବପ୍ରବଣ ହୋଇ ତାଙ୍କ ଭାଷଣରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଚନ୍ଦ୍ର ଉପରେ ଅଛି ଏବଂ ଚନ୍ଦ୍ର ଉପରେ ବିକ୍ରମଙ୍କ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବ ଶକ୍ତି’ ପଏଣ୍ଟ ନାମରେ ନାମିତ କରାଗଲା ବୋଲି ସେ ଘୋଷଣା କରିଥିଲେ।

ସେ କହିଥିଲେ ଯେ, ଏହି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ। ଆମେ ମାନବିକତାର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ଚନ୍ଦ୍ରାୟନ -୩ ର ସଫଳତା ସହ ଇସ୍ରୋର ବୈଜ୍ଞାନିକମାନେ ଭାରତକୁ ଗର୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଦେଶର ସଫଳତା ପଛରେ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତତା ଏବଂ ଉତ୍ସାହ ପ୍ରକୃତରେ ଏକ ପ୍ରେରଣାର ଶକ୍ତି ଅଟେ।

ଆଜି ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ସିଧା ବିଦେଶରୁ ବେଙ୍ଗାଲୁରୁ ହାଲ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସେ ଜୟ ଜୱାନ, ଜୟ କିସାନ ଏବଂ ଜୟ ବିଜ୍ଞାନ କହି ବାହାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ସେ ସେମାନଙ୍କୁ କହିଥିଲେ ଯେ ଇସ୍ରୋରର ବୈଜ୍ଞାନିକମାନଙ୍କୁ ଭେଟିବା ଏବଂ ଅଭିବାଦନ ଦେବାକୁ ମୁଁ ନିଜକୁ ରୋକିପାରିଲି ନାହିଁ। ତେଣୁ ସେ ତାଙ୍କର ବିଦେଶ ଗସ୍ତ ପରେ ସିଧା ବେଙ୍ଗାଲୁରୁକୁ ଆସିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଥିବା ଭାରତୀୟ ଏବଂ ଯେଉଁମାନେ ବିଜ୍ଞାନ, ଭବିଷ୍ୟତ ଏବଂ ମାନବିକତା ଉପରେ ବିଶ୍ବାସ କରନ୍ତି, ସେମାନେ ଇସ୍ରୋର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛନ୍ତି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ସଫଳ ହୋଇଥିବାରୁ ସେ ବେଙ୍ଗାଲୁରୁର ନାଗରିକଙ୍କ ସମେତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।