Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୧ ଅଭିଯାନରେ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଛାତ୍ରଙ୍କ ସଫଳତା
ଜାତୀୟ ଖବର

ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୧ ଅଭିଯାନରେ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଛାତ୍ରଙ୍କ ସଫଳତା

September 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chandrayaan2
ଚନ୍ଦ୍ରାୟନ-୩ ଓ ଆଦିତ୍ୟ-ଏଲ୧ ଅଭିଯାନରେ,ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ମହାକାଶ ଇତିହାସରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୍‌୧ ର ସଫଳ ଅଭିଯାନ ଭାରତ ପାଇଁ ଅକଳ୍ପନୀୟ ଗୌରବ ଆଣିଥିବାବେଳେ ଏହି ମିଶନରେ ସାମିଲ ଥିବା ଓଡିଶାର ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚୁ୍ୟଟର ଛାତ୍ର ଦୀପକ କୁମାର ସାହୁ, ଶିବୁ ପୃଷ୍ଟି ଏବଂ ନିରଞ୍ଜନ ମହାରଣା ଉଭୟ ମିଶନର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ସହାୟତା ପ୍ରଦାନ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି।

ଏହି ଫଟୋଗୁଡ଼ିକ ବିଶ୍ୱର ଅଗ୍ରଣୀ ମିଡିଆ ହାଉସରେ ପ୍ରକାଶିତ ହୋଇଥିଲା ଏବଂ ଏହାକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଟ୍ୱିଟ୍‌ କରିବା ପାଇଁ ବ୍ୟବହାର କରିଥିଲେ। ଏ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ ପାଇଁ ଇସ୍ରୋ ସହିତ ଚୁକ୍ତିନାମାରେ ଯୋଗ ଦେଇଥିବା ଏହି ଅନୁଷ୍ଠାନର ବିଷ୍ଣୁତ୍ରାଣ ପୃଥିପଦ, ଯଶୋବନ୍ତ ଆଚାର୍ଯ୍ୟ ଏବଂ ଅଚ୍ୟìତାନନ୍ଦ ନାହାକ ଏହି ମିଶନରେ ଅତ୍ୟନ୍ତ ବୃତ୍ତିଗତ ଭାବରେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି।

ବର୍ତ୍ତମାନ ଇସ୍ରୋର ବରିଷ୍ଠ ବୈଷୟିକ ସହାୟକ ଭାବ କାର୍ଯ୍ୟରତ ଏହି କୃତୀ ଛାତ୍ରମାନେ ଆଜି ପର୍ଯ୍ୟନ୍ତ ଅନେକ ରକେଟ୍‌ ମିଶନ୍‌ ପାଇଁ କାର୍ଯ୍ୟ କରିଛନ୍ତି। ସମ୍ପ୍ରତି ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୧ ମିଶନ୍‌ ପାଇଁ ସେମାନେ ସମସ୍ତ ଫଟୋଗ୍ରାଫିକ୍‌ ସହାୟତା ପ୍ରଦାନ କରିଛିନ୍ତି। ରକେଟ୍‌ ପର୍ଯ୍ୟାୟ ଏବଂ ଏକୀକରଣ କାର୍ଯ୍ୟକଳାପର ସମସ୍ତ ଭିଡିଓଗ୍ରାଫି କରିଛନ୍ତି।

ସେହିପରି ବିଭିନ୍ନ ଷ୍ଟାଟିକ୍‌ ଟେଷ୍ଟ, ମୋଟର ଫାୟାରିଂ, ଚନ୍ଦ୍ରଯାନ -୩ ସାଟେଲାଇଟ୍‌ ଡ୍ରପ୍‌ ଟେଷ୍ଟ ଇତ୍ୟାଦିର ବୈଜ୍ଞାନିକ ବିଶ୍ଳେଷଣ ପାଇଁ ହାଇ ସ୍ପିଡ୍‌ ଫଟୋଗ୍ରାଫି, ମାନୁଆଲ୍‌ ଭିଡିଓ ଟ୍ରାକିଂ, ଫିକ୍ସଡ୍‌ କ୍ୟାମେରା ନେଟୱାର୍କ, ରିଲେ ପାୱାରରେ ଫାଇବର ଅପଫିକ୍‌ ନେଟୱାର୍କ ଆଦିରେ ଫଟୋ ଓ ଭିଡିଓଗ୍ରାଫି ସମ୍ପାଦନ କରିବା ସହିତ ଇସ୍ରୋ ମୁଖ୍ୟାଳୟ, ଦୂରଦର୍ଶନ ଏବଂ ସମସ୍ତ ମିଡିଆ ଚ୍ୟାନେଲମାନଙ୍କୁ ସହାୟକ ତଥ୍ୟ ଯୋଗାଇ ଦେଇଥିଲେ।

ଦେଶର ସମସ୍ତ ବୈଜ୍ଞାନିକ ଏବଂ ମନ୍ତ୍ରୀମାନଙ୍କ ସହିତ ମିଶନ୍‌ କଣ୍ଟ୍ରୋଲ୍‌ ସେଣ୍ଟରରେ ଦିନିକିଆ ଭିଡିଓ କଭରେଜ୍‌ କରିବା ସହ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମଧ୍ୟ ଚିତ୍ର ଉତ୍ତୋଳନ କରିଥିଲେ।

Chandrayaan
Share. Facebook Twitter LinkedIn Email WhatsApp Copy Link

Related Posts

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026
Latest News

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.