Categories
ଆଜିର ଖବର ଜାତୀୟ ଖବର

ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍ : ତିନି ମୃତ, ପାଞ୍ଚଟି ଗ୍ରାମକୁ କରାଗଲା ଖାଲି

ବିଶାଖାପାଟନମ୍‌ : ଆନ୍ଧ୍ର ପ୍ରଦେଶର ବିଶାଖାପଟନମ୍‌ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍‌ ଲିକ୍‌ ମାମଲା ସାମ୍ନାକୁ ଆସିଛି । ଗୁରୁବାର ସକାଳୁ ଏହି ଘଟଣା ଘଟିଥିବାବେଳେ ଏହି ଗ୍ୟାସ୍‌ ପ୍ରଭାବରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ କେଆରଆର୍‌ ଭେଙ୍କଟପୁର ସ୍ଥିତ ବିଶାଖା ଏଲ୍‌ଜୀ ପଲିମର୍‌ ପ୍ଲାଣ୍ଟରୁ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ଲିଙ୍କ୍‌ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ୍‌ କାରଣରୁ ତିନି କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଗ୍ୟାସ୍‌ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକଙ୍କ ଅବସ୍ଥା ଗମ୍ଭୀର ରହିଛି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ଓ ଶିଶୁ ରହିଛନ୍ତି । 150 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 20 ଜଣଙ୍କର ଅବସ୍ଥା ଗୁରୁତର ରହିଛି । ପରିସ୍ଥିତିକୁ 2000 ଶଯ୍ୟାକୁ ପ୍ରସ୍ତୁତ ରଖାଯାଇଛି । ପ୍ରାୟ 1000  ଜଣ ଏହି ଗ୍ୟାସ୍‌ କବଳରେ ଆସିଥିବାର ସୂଚନା ରହିଛି । ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ଏଥିପାଇଁ ନିକଟସ୍ଥ ପାଞ୍ଚଟି ଗ୍ରାମକୁ ଖାଲି କରିଦିଆଯାଉଛି ।  ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। (ଏଜେନ୍ସି)