Categories
ଆଜିର ଖବର ଖେଳ ଜାତୀୟ ଖବର

ଚେନ୍ନାଇ ସୁପରକିଙ୍ଗସ୍‌ରେ ଜଣେ ଖେଳାଳୀଙ୍କ ସମେତ 13ଜଣଙ୍କୁ କରୋନା

ୟୁଏଇ : ଆଇପିଏଲ୍‌ ଖେଳିବାକୁ ୟୁଏଇ ଯାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ଙ୍କୁ ଝଟ୍‌କା ଲାଗିଛି । ଚେନ୍ନାଇ ସୁପରକିଙ୍ଗସ୍‌ର ଜଣେ ଖେଳାଳୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଦଳର 12ଜଣ ସର୍ପୋର୍ଟ ଷ୍ଟାଫ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । କରୋନା ମାମଲା ଆସିବା ପରେ ଏହି ଟିମ୍‌କୁ ଆଉ ଏକ ସପ୍ତାହ ପାଇଁ କ୍ବାରେଣ୍ଟାଇନ୍‌ ଅବଧିକୁ ବଢାଯାଇଛି । ତେବେ ଏହି ଦଳର ଜଣେ ଦ୍ରୁତ ବୋଲର କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

ୟୁଏଇରେ ଏହି ଟିମ୍‌ ଛଅ ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ତେବେ କ୍ବାରେଣ୍ଟାଇନ୍‌ ସମୟ ସୀମା ଶେଷ ହେବା ପରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଏବେ ଏହି ଟିମ୍‌ର ଖେଳାଳୀ ଆଉ ଅଧିକ ସପ୍ତାହେ କ୍ବାରେଣ୍ଟାଇନ୍‌ରେ ରହିବେ ବୋଲି ସୂଚନା ରହିଛି । ସମସ୍ତ ଖେଳାଳୀଙ୍କ ଚତୁର୍ଥ ଥର ପାଇଁ କରୋନା ଯାଞ୍ଚ କରାଯିବ । ଆଇପିଏଲ୍‌ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଏସ୍‌ଓପି ଲାଗୁ କରାଯାଇଛି ।

ସୂଚନାଯୋଗ୍ୟ, ଚଳିତଥର ଆଇପିଏଲ୍‌ ସେପ୍ଟେମ୍ବର 19ରୁ ନଭେମ୍ବର 10 ମଧ୍ୟରେ ଆୟୋଜିତ ହେବ । ଏଥିପାଇଁ ସମସ୍ତ ଦଳ ୟୁଏଇରେ ପହଞ୍ଚିଥିବାବେଳେ ଚେନ୍ନାଇ ସୁପରକିଙ୍ଗସ୍‌ର ସମସ୍ତ ଖେଳାଳୀଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳୀ ଏବେ ଅଭ୍ୟାସ କରୁଛନ୍ତି । (ଏଜେନ୍ସି)