Categories
ଆଜିର ଖବର

ଦୁଇ ପିଢିର କାହାଣୀ ‘ଛିଛୋର୍‌’ରେ ସୁଶାନ୍ତ ଓ ଶ୍ରଦ୍ଧା

ଏମ୍‌ଏସ୍‌ଧୋନୀ ଚଳଚ୍ଚିତ୍ରରୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁଶାନ୍ତ  ସିଂ ରାଜପୁତଙ୍କ ଆଗାମୀ ସିନେମା ‘ଛିଛୋର’ ଆସିବାକୁ ରହିଛି। ଦୁଇଟି ଜେନେରେସନ୍‌ ନେଇ ନିର୍ମିତ ଏହି ଫିଲ୍ମଟି ଏବେଠୁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ଏକ ଫଟୋ ଲିକ୍‌ ହୋଇଛି, ଯେଉଁଥିରେ ସୁଶାନ୍ତ ଉଭୟ ଯୁବ ଓ ବୟସ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର୍‌ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍କରେ ସୁଶାନ୍ତ, ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରତୀକ ବର୍ବର ଓ ବରୁଣ ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି।  ସାଜିଦ୍‌ ନାଦିଆଦଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି।