Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଚାଇନାରେ ପୁଣି ଜଣେ ଗବେଷକଙ୍କୁ ଗୁଳି କରି ହତ୍ୟା : କରୋନା ଉପରେ କରୁଥିଲେ ଗବେଷଣା

ଚୀନ୍‌ : ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍‌ ସାରା ଦୁନିଆରେ ତାଣ୍ଡବ ରଚି ଚାଲିଛି । ଅଧିକାଂଶ ଦେଶ ଏହି ମହାମାରୀ କରୋନା ପାଇଁ ଚୀନ ଉପରକୁ ଆଙ୍ଗୁଳି ଉଠାଉଛନ୍ତି । କିନ୍ତୁ ଏହାକୁ ଚାଇନା ଅସ୍ବୀକାର କରିଛି । ଏହା ମଧ୍ୟରେ  କରୋନା ରୋଗ ଉପରେ ଗବେଷଣା କରୁଥିବା ଜଣେ ଗବେଷକଙ୍କ ହତ୍ୟାକୁ କରାଯିବା ପରେ କରୋନା ଭାଇରସ୍‌ ବ୍ୟାପିବାରେ ସହ ଚୀନ୍‌ର ସମ୍ପର୍କକୁ ନେଇ ପୁଣି  ଥରେ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନା ଅନୁସାରେ ପିଟର୍ସବର୍ଗ ମେଡିକାଲ ସେଣ୍ଟରରେ କାମ କରୁଥିବା ଜଣେ ଗବେଷକ ଡାକ୍ତର ଓ୍ବିଙ୍ଗ୍‌ ଲିଉ କରୋନା ଭାଇରସ୍‌ ସମ୍ପର୍କରେ ବଡ ଆବିଷ୍କାର କରିଥିଲେ । କିଛି ଦିନ ମଧ୍ୟରେ ସେ ଏହାକୁ ସାର୍ବଜନୀନ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓ୍ବିଙ୍ଗ୍‌ ଲିଉଙ୍କୁ ହତ୍ୟା କରିଥିବା ବ୍ୟକ୍ତି ମଧ୍ୟ ନିଜେ ଗୁଳି କରି ଆତ୍ମହତ୍ୟା କରିଛି । 37  ବର୍ଷୀୟ ଓ୍ବିଙ୍ଗ ଲିଉ ଘରେ ଏକୁଟିଆ ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଲିଓଙ୍କ ମୁଣ୍ଡ, ବେକ ଏବଂ ଶରୀରର ଅନ୍ୟ ଅଂଶରେ ଗୁଳି ଲାଗିଥିଲା ​​ଯେଉଁଥିପାଇଁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ।  ଗବେଷକ ଲିଉଙ୍କ ମୃତ୍ୟୁ ପରେ ପିଟ୍ସବର୍ଗ ମେଡିକାଲ ବିଶ୍ୱବିଦ୍ୟାଳୟ ଗଭୀର ଦୁଃଖ ପ୍ରକାଶ କରିଛି । ଲିଉଡ କରୋନା ଭାଇରସ ସମ୍ପର୍କରେ ଏକ ବଡ଼ ଆବିଷ୍କାରର ନିକଟତର ହୋଇଥିଲେ ଏବଂ ଖୁବ ଶୀଘ୍ର ଏହି ରୋଗର ନିଦାନ ସମ୍ୱନ୍ଧରେ ସେ କିଛି ବଡ ଘୋଷଣା କରିଥାନ୍ତେ। (ଏଜେନ୍ସି)