Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶ୍‌ଙ୍କ ନେତୃତ୍ବକୁ ଅସ୍ବୀକାର କଲା ଏଲ୍‌ଜେପି, ଏକାକୀ ଲଢିବ ନିର୍ବାଚନ

ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶକୁମାରଙ୍କୁ ଏନ୍‌ଡିଏର ସହଯୋଗୀ ଦଳ ଏଲ୍‌ଜେପି ତରଫରୁ ଝଟ୍‌କା ଲାଗିଛି । ନୀତିଶ୍‌ଙ୍କ ନେତୃତ୍ବରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛି ଏଲ୍‌ଜେପି । ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି । ଲୋକଜନଶକ୍ତି ପାର୍ଟି ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ପ୍ରମୁଖ ନୀତିଶ୍‌ କୁମାରଙ୍କ ନେତୃତ୍ବରେ ନିର୍ବାଚନ ନ ପଲଢିବାକୁ ନିଷ୍ପତ୍ତି ନେଇଛି ।

ଏଲ୍‌ଜେପି ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ନେତୃତ୍ବରେ ହୋଇଥିବା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଜେପି ସହିତ କିଛି ଆସନରେ ଏଲ୍‌ଜେପି ଆସନ ବୁଝାମଣା କରିପାରେ । ଦଳ ଜେଡିୟରୁ ପ୍ରାର୍ଥୀଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଏଲ୍‌ଜେପି ବୈଠକରେ ଏଲ୍‌ଜେପି-ବିଜେପି ସରକାରର ପ୍ରସ୍ତାବକୁ ପାରିତ କରାଯାଇଛି । ଦଳ ବିଜେପି ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛି । ବିଜେପି ସହିତ ନିଜର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏଲ୍‌ଜେପିର ସମସ୍ତ ବିଧାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଜବୁତ୍‌ କରିବେ ବୋଲି ସୂଚନା ରହିଛି । ଚିରାଗ ପାଶଓ୍ବାନ୍‌ ଏବେ ବିହାରରେ ଏନ୍‌ଡିଏରୁ ଅଲଗା ହୋଇ 143ଟି ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସୂଚନାଯୋଗ୍ୟ, ବିହାରର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28ରେ ହେବାକୁ ରହିଛି । ରାଜଦ ନେତୃତ୍ବ ମହାମେଣ୍ଟ ନିଜ ଆସନ ବୁଝାମଣା କରିଥିବାବେଳେ, ଏନଡିଏରେ ଆସନ ବୁଝାମଣାକୁ ନେଇ ଟିକେ କେଁ ରହିଛି । ଯଦିଓ ବିଜେପି ଓ ଜେଡିୟରୁ 50-50 ଆସନ ବୁଝାମଣା ରହିଛି । ତେବେ ଏଲ୍‌ଜେପିକୁ ନେଇ ସଂଶୟ ରହିଥିଲା ।

ସେହିପରି 243ଆସନ ବିଶିଷ୍ଟ ବିହାର ବିଧାନ ସଭା ଆସନରେ ବିଜେପି ଓ ଜେଡିୟରୁ 119 -119 ଆସନରେ ନିଜ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବାବେଳେ ଶେଷ ପାଞ୍ଚଟି ଆସନକୁ ଜୀତନରାମ ମାଝୀଙ୍କ ‘ହମ୍‌’ ପାଇଁ ରହିଛି । ତେବେ ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇଥିବା ବୈଠକରେ ବିଜେପି-ଜେଡିୟୁ ଏହି ଆସନ ବୁଝାମଣାରେ ସହମତି ଜଣାଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପୂର୍ବରୁ ଏନଡିଏରେ ବଢୁଛି ଟେନ୍‌ସନ୍‌ : ଦଳ ସାମ୍ନାରେ ଏହି ସର୍ତ୍ତ ରଖିଲା ଏଲ୍‌ଜେପି

ପାଟନା : ବିହାର ନିର୍ବାଚନ ବିଗୁଲ୍‌ ବାଜି ସାରିଛି । କିନ୍ତୁ ବିହାରର ଏବେ ଏନଡିଏ ପାଇଁ ସମସ୍ୟା ବଢିଛି । ଏନ୍‌ଡିଏରେ ଆସନ ଭାଗବଣ୍ଟା ଠିକ୍‌ରେ ହୋଇପାରୁନଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିହାରରେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପିନିଜର ଦାବି ରଖିଛି ।  ଯଦି ଏହା ପୂରଣ ନ ହୁଏ, ତେବେ ବିହାର ନିର୍ବାଚନକୁ ଏକାକୀ ଓହ୍ଲାଇବ ବୋଲି ଧମକ ଦେଇଛି ।

ମିଳିଥିବା ସୂଚନା ଅନୁସାରେ 2015 ମସିହା ପରି ଚଳିତ ଥର ମଧ୍ୟ ଏଲ୍‌ଜେପି 42ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି ।  2019 ମସିହା ଲୋକସଭା ନିର୍ବାଚନରେ ଏଲ୍‌ଜେପି 6ଟି ଲୋକସଭା ଆସନରେ ଲଢିଥିବାବେଳେ ଗୋଟିଏ ରାଜ୍ୟସଭା ଆସନା ପାଇଥିଲା । ଏହି କ୍ରମରେ ଏଲ୍‌ଜେପି ଚଳିତ ନିର୍ବାଚନରେ 42ଟି ଆସନ ଚାହିଁଛି ।

ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନ୍‌ ଏନ୍‌ଡିଏର ମେଣ୍ଟକୁ ଦେଖି ବିଜେପି ସାମ୍ନାରେ ନୂତନ ଫର୍ମୁଲା ରଖିଛି । ଏହା ଅନୁସାରେ ଏଲ୍‌ଜେପି 33 ବିଧାନସଭା ଆସନ ସହିତ ବିହାରରେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହେଉଥିବା 12 ଏଲଏଲ୍‌ସିରେ ମଧ୍ୟ ଦୁଇଟି ଏମ୍‌ଏଲ୍‌ସି ଚାହୁଁଛି । ଅକ୍ଟୋବର ଶେଷ ସୁଦ୍ଧା ୟୁପିରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ଏକ ଆସନ ତାଙ୍କ ଦଳକୁ ଦେବା ପାଇଁ ଚାହୁଁଥିବାର ପ୍ରକାଶ କରିଛନ୍ତି ଚିରାଗ ।

ଅପରପକ୍ଷରେ ଯଦି ବିଜେପି ରାଜ୍ୟସଭାର ଗୋଟିଏ ଆସନ ଏଲ୍‌ଜେପିକୁ ମିଳିବ ନାହି ତେବେ ବିହାର ନିର୍ବାଚନରେ ପୂର୍ବ ଆସନ ଘୋଷଣା ସହିତ ବିହାରରେ ଏନ୍‌ଡିଏ ସରକାର ହେବା ପରେ ବିଜେପି ସହିତ ଏଲ୍‌ଜେପି ତରଫରୁ ଚିରାଗ ପାଶଓ୍ବାନ୍‌ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସର୍ତ୍ତ ରଖାଯାଇଛି । ଆଜି ଚିରାଗ ପାଶଓ୍ବାନ୍‌ ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଯଦି ଆସନ ବୁଝାମଣା ନେଇ ସହମତି ନ ହୁଏ, ତେବେ ଚଳିତ ବିଧାନସଭା ନିର୍ବାଚନରେ ଏଲ୍‌ଜେପି ଏକାକୀ ଲଢେଇ କରିବ ବୋଲି ସୂଚନା ରହିଛି ।

ସାରା ଦେଶରେ ବିଜେପି ସଙ୍ଗଠନ ମଜୁବତ୍‌ ରହିଥିବାବେଳେ ବିହାରରେ କିନ୍ତୁ ଏପରି ଦୃଶ୍ୟ ହେଉନାହିଁ ବୋଲି କହିଛନ୍ତି ଚିରାଗ। ବିହାରରେ ଏପରି ସ୍ଥିତି ରହିଛି ଯେ, ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଲଢିଲେ ଜିତି ପାରିବ । କିନ୍ତୁ ବିହାରରେ ବିଜେପି କିଛି ନେତା ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାରଙ୍କ ସାମ୍ନାରେ ନତମସ୍ତକ ରହିଛନ୍ତି । ନିତୀଶ୍‌ କୁମାର ଏଲ୍‌ଜେପି ନେତା ତଥା ରାମ ବିଲାଶ ପାଶଓ୍ବାନଙ୍କର ମଧ୍ୟ ଅପମାନିତ କରିଛନ୍ତି ବୋଲି କହିଛନ୍ତି ଚିରାଗ ପାଶଓ୍ବାନ । ଅପରପକ୍ଷରେ ବିହାରରେ ନୀତିଶଙ୍କ ବିରୋଧରେ ଆଣ୍ଟିଅନକମ୍ବେନ୍ସି ରହିଛି । ନୀତିଶଙ୍କ ନେତୃତ୍ବରେ ନିର୍ବାଚନ ଲଢାଗଲେ ଏନ୍‌ଡିଏର ହାରିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ବୋଲି କହିଛନ୍ତି ଚିରାଗ ।

ଅପରପକ୍ଷରେ ଏଲ୍‌ଜେପିରୁ ଚାରିଜଣ ସାଂସଦ ବିଜେପି ଲିଙ୍କ୍‌ରେ ରହିଥିବାର ସୂଚନା ରହିଛି।  ନିକଟରେ କୃଷି ବିଲ୍‌କୁ ନେଇ ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହୋଇଥିବାବେଳେ ପୂର୍ବରୁ ଆସନ ଭାଗବଣ୍ଟାକୁ ନେଇ ଶିବସେନା ଏନ୍‌ଡିଏର ହାତ ଛାଡି ସାରିଛି। ଯଦି ଏଲ୍‌ଜେପି ଆସନ ବୁଝାମଣା ସହିତ ସହମତି ପ୍ରକାଶ ନ କରେ ତେବେ ଏନ୍‌ଡିଏର ହାତ ଛାଡିଦେଇପାରେ । ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏ ଭିତରେ ବିଦ୍ରୋହ ଅଡୁଆରେ ପକାଇବ ବୋଲି ଜଣାପଡିଛି । (ଏଜେନ୍ସି)