Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶ୍‌ଙ୍କ ନେତୃତ୍ବକୁ ଅସ୍ବୀକାର କଲା ଏଲ୍‌ଜେପି, ଏକାକୀ ଲଢିବ ନିର୍ବାଚନ
ଆଜିର ଖବର

ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶ୍‌ଙ୍କ ନେତୃତ୍ବକୁ ଅସ୍ବୀକାର କଲା ଏଲ୍‌ଜେପି, ଏକାକୀ ଲଢିବ ନିର୍ବାଚନ

October 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶକୁମାରଙ୍କୁ ଏନ୍‌ଡିଏର ସହଯୋଗୀ ଦଳ ଏଲ୍‌ଜେପି ତରଫରୁ ଝଟ୍‌କା ଲାଗିଛି । ନୀତିଶ୍‌ଙ୍କ ନେତୃତ୍ବରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛି ଏଲ୍‌ଜେପି । ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି । ଲୋକଜନଶକ୍ତି ପାର୍ଟି ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ପ୍ରମୁଖ ନୀତିଶ୍‌ କୁମାରଙ୍କ ନେତୃତ୍ବରେ ନିର୍ବାଚନ ନ ପଲଢିବାକୁ ନିଷ୍ପତ୍ତି ନେଇଛି ।

ଏଲ୍‌ଜେପି ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ନେତୃତ୍ବରେ ହୋଇଥିବା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଜେପି ସହିତ କିଛି ଆସନରେ ଏଲ୍‌ଜେପି ଆସନ ବୁଝାମଣା କରିପାରେ । ଦଳ ଜେଡିୟରୁ ପ୍ରାର୍ଥୀଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଏଲ୍‌ଜେପି ବୈଠକରେ ଏଲ୍‌ଜେପି-ବିଜେପି ସରକାରର ପ୍ରସ୍ତାବକୁ ପାରିତ କରାଯାଇଛି । ଦଳ ବିଜେପି ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛି । ବିଜେପି ସହିତ ନିଜର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏଲ୍‌ଜେପିର ସମସ୍ତ ବିଧାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଜବୁତ୍‌ କରିବେ ବୋଲି ସୂଚନା ରହିଛି । ଚିରାଗ ପାଶଓ୍ବାନ୍‌ ଏବେ ବିହାରରେ ଏନ୍‌ଡିଏରୁ ଅଲଗା ହୋଇ 143ଟି ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସୂଚନାଯୋଗ୍ୟ, ବିହାରର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28ରେ ହେବାକୁ ରହିଛି । ରାଜଦ ନେତୃତ୍ବ ମହାମେଣ୍ଟ ନିଜ ଆସନ ବୁଝାମଣା କରିଥିବାବେଳେ, ଏନଡିଏରେ ଆସନ ବୁଝାମଣାକୁ ନେଇ ଟିକେ କେଁ ରହିଛି । ଯଦିଓ ବିଜେପି ଓ ଜେଡିୟରୁ 50-50 ଆସନ ବୁଝାମଣା ରହିଛି । ତେବେ ଏଲ୍‌ଜେପିକୁ ନେଇ ସଂଶୟ ରହିଥିଲା ।

ସେହିପରି 243ଆସନ ବିଶିଷ୍ଟ ବିହାର ବିଧାନ ସଭା ଆସନରେ ବିଜେପି ଓ ଜେଡିୟରୁ 119 -119 ଆସନରେ ନିଜ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବାବେଳେ ଶେଷ ପାଞ୍ଚଟି ଆସନକୁ ଜୀତନରାମ ମାଝୀଙ୍କ ‘ହମ୍‌’ ପାଇଁ ରହିଛି । ତେବେ ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇଥିବା ବୈଠକରେ ବିଜେପି-ଜେଡିୟୁ ଏହି ଆସନ ବୁଝାମଣାରେ ସହମତି ଜଣାଇଥିବାର ସୂଚନା ରହିଛି । (ଏଜେନ୍ସି)

biharelection BJP chiragpaswan jdu ljp NDA nitishkumar
Share. Facebook Twitter LinkedIn Email WhatsApp Copy Link

Related Posts

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.