Categories
ଆଜିର ଖବର

‘ଚୌକିଦାର’କୁ ନେଇ ପୁଣି ବିବାଦରେ ଫଶିଲେ ସ୍ବାମୀ

‘ଚୌକିଦାର’କୁ ନେଇ ଜାତୀୟ ରାଜନୀତି ଏବେ ବେଶ୍‌ ସରଗରମ୍‌। କଂଗ୍ରେସ ‘ଚୌକିଦାର ଚୋର୍‌ ହୈ’ ନାରା ଲଗାଉଥିବାବେଳେ ଏହି ନାରାକୁ ବିଜେପି ତା’ର ନିର୍ବାଚନୀ ଆୟୁଧ କରିଛି। ‘ମେ ଭି ଚୌକିଦାର’ର ଅଭିଯାନ ଆରମ୍ଭ କରି ନିର୍ବାଚନ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ପ୍ରାୟ ସମସ୍ତେ ବରିଷ୍ଠ ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି।  ତେବେ ଏହି ଚୌକିଦାରକୁ ନିଜ ନାମରେ ଯୋଡ଼ିବା ପ୍ରସଙ୍ଗରେ ବୟାନ ଦେଇ ସୁବ୍ରମଣ୍ୟମ୍‌ ସ୍ବାମୀ ପୁଣି ଥରେ ବିବାଦରେ ପଶିଛନ୍ତି। ନିକଟରେ ସେ ସାକ୍ଷାତକାରରେ ଏହି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ବ୍ରାହ୍ମଣ। ସେ କଦାପି ଚୌକିଦାର ହୋଇପାରିବେ ନାହିଁ। ସେ କେବଳ ଆଦେଶ ଦେବେ, ଚୌକିଦାରମାନେ ତାକୁ ପାଳନ କରିବେ। ଏହି ସାକ୍ଷାତକାରଟି ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ସ୍ବାମୀଙ୍କ ଜାତିବାଦ ଚିନ୍ତାଧାରା ପାଇଁ ତାଙ୍କୁ ଓ ଦଳକୁ ସମାଲୋଚନା କରାଯାଇଛି। ଡିଏମ୍‌କେର ମୁଖପାତ୍ର ମନୁରାଜ ଏସ୍‌ . ସୁବ୍ରମଣଞମ୍‌ ସ୍ବାମୀଙ୍କୁ ସମାଲୋଚନା କରି ସ୍ବାମୀଙ୍କ ମନ୍ତବ୍ୟ  ଲଜ୍ଜାଜନକ ବୋଲଇ କହିଛନ୍ତି।

Categories
ଆଜିର ଖବର

ଚୌକିଦାରଙ୍କ ସହ ଆଲୋଚନାରେ ଭାଗନେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସର ‘ଚୌକିଦାର ଚୋର ହେ’ କୁ ଟାର୍ଗେଟ କରିବା ସହିତ କଂଗ୍ରେସ ସିଧାସଳଖ ଆକ୍ରମଣ କରିବାର ସାହସ ରଖୁନାହିଁ ତେଣୁ ପରୋକ୍ଷ ଆକ୍ରମଣ କରୁଛି ବୋଲି କହିଛନ୍ତି। ହୋଲି ଅବସରରେ ହଜାର ହଜାର ଚୌକିଦାରଙ୍କ ସହିତ ଏକ ଅନନ୍ୟ କାର୍ଯ୍ୟକ୍ରମରେ ଭାଗନେବା ସମୟରେ ମୋଦି କହିଥିଲେ ସିଧାସଳଖ ବ୍ୟକ୍ତିଗତ ଆକ୍ରମଣ କରିଥିଲେ ମୋତେ ଖରାପ ଲାଗିନଥାନ୍ତା। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଏକ ଚୌକିଦାର ରହିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ମୋଦି। ବିପକ୍ଷ ଦଳ ଗୁଡିକୁ ସମାଲୋଚନା କରିବା ସହିତ ଏହି ଦଳଗୁଡିକ ପାକିସ୍ତାନରେ ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣକୁ ହଜମ କରିପାରୁ ନାହାନ୍ତି। ଯେ କୌଣସି ଲୋକ ଦେଶର ସୁରକ୍ଷା କରିଥାଏ ସେ ଜଣେ ଚୌକିଦାର। ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ ରାେଗରୁ ରକ୍ଷା କରୁଥିବା ଡାକ୍ତର ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ଶେଷରେ ମୋଦି କହିଥିଲେ ଯେ, କିଛି ଲୋକ ଚୌକିଦାରଙ୍କୁ ଚୋର କହିବାର ଔଦ୍ଧତ୍ୟ କରୁଛନ୍ତି ତେଣୁ ଦେଶର ୧୨୫ କୋଟି ଲୋକ ଚୌକିଦାର ହାେଇ ନିଜର ଦାୟିତ୍ବ ସଠିକ୍‌ ଭାବେ ନିର୍ବାହ କରନ୍ତୁ।

Categories
ଆଜିର ଖବର

ପିଲାଙ୍କୁ ଚୌକିଦାର ବନାଇବାର ଥିଲେ ମୋଦିଙ୍କୁ ଭୋଟ ଦିଅନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ଅଭିଯାନକୁ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବୁଧବାର କେଜ୍ରିଓ୍ବାଲ କହିଛନ୍ତି ଯେଉଁମାନେ ନିଜ ସନ୍ତାନଙ୍କୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି ସେମାନ ମୋଦିଙ୍କୁ ଭୋଟ ଦିଅନ୍ତୁ କାରଣ ମୋଦିଜୀ ସମଗ୍ର ଦେଶକୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି। ଯଦି ଆପଣ ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଡାକ୍ତର, ଇଞ୍ଜିନିୟର ଇତ୍ୟାଦି ବନାଇବାକୁ ଚାହୁଁଛନ୍ତି ତେବେ ଆପଣ ଆପ୍‌କୁ ଭୋଟ ଦିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ବିଟ୍ଟର ଜରିଆରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୧୬ ତାରିଖରେ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବା ପରେ ହାର୍ଦ୍ଦିକ ପଟେଲ, ମାୟାବତୀଙ୍କ ପରେ କେଜ୍ରିଓ୍ବାଲ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।

Categories
ଆଜିର ଖବର

‘ଚୌକିଦାର’କୁ ନେଇ ମୋଦିଙ୍କୁ ସମାଲୋଚନା କଲେ ପ୍ରିୟଙ୍କା : ଧନୀଙ୍କ ପାଇଁ ଚୌକିଦାର, କୃଷକଙ୍କ ପାଇଁ ନୁହେଁ

ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଙ୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜେପି ତା’ର ନିର୍ବାଚନୀ ନାରା ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ‘ମୋଦି ଚୌକିଦାର କେବଳ ଧନୀ ଲୋକଙ୍କ ପାଇଁ, କୃଷକଙ୍କ ପାଇଁ ନୁହଁନ୍ତି। ପ୍ରିୟଙ୍କା ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ, ଗତକାଲି ସେ କୃଷକମାନଙ୍କୁ ଭେଟିଥିଲି। ସେମାନେ କହିଥିଲେ, ଯେ ଧନୀ ଲୋକମାନେ ତାଙ୍କ ଘର ଜଗିବାକୁ ଚୌକିଦାର ରଖନ୍ତି। କୃଷକ ତ ନିଜ ପାଇଁ ନିଜେ ଚୌକିଦାର। ରାଫେଲ୍‌ ବିମାନ ଦୁର୍ନୀତି ମାମଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ‘ଚୌକିଦାର ଚୋର୍‌ ହୈ’ କହି କଟାକ୍ଷ କରିଥିଲେ। ଏହାର ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଚୌକିଦାର ଶବ୍ଦକୁ ଏଥର ନିର୍ବାଚନ ପ୍ରଚାରର ଆୟୁଧ କରିଛନ୍ତି। ମୋଦି ‘ଚୌକିଦାର’ ଶବ୍ଦ ବ୍ୟବହାର କରି ଏକ ଭିଡିଓ ଜାରି କରି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏହାପରେ ମୋଦିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତୃବୃନ୍ଦମାନେ ଟୁଇଟ୍‌ର ଆକାଉଣ୍ଟରେ ନିଜ ନାମ ଆଗରେ ଚୌକିଦାର ଲେଖିଛନ୍ତି।

Categories
ଆଜିର ଖବର

ଏମ୍‌ଜେ ଆକବରଙ୍କୁ କଡ଼ା ସମାଲୋଚନା କଲେ ଅଭିନେତ୍ରୀ ରେଣୁକା

ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କର ସୋସିଆଲ୍‌ ମିଡ଼ିଆରେ କ୍ୟାମ୍ପେନ୍‌ ଏବେ ଜୋର୍‌ସୋର୍‌ରେ ଚାଲିଛି।  ଆଜି ବିଜେପି ତରଫରୁ ‘ମୁଁ ବି ଚୌକିଦାର’ର ଟ୍ବିଟ୍‌ରରେ ନାମ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି। ଏହି କ୍ରମରେ ବିଜେପିର ନେତା ଏମ୍‌ଜେ ଆକବର୍‌ ମଧ୍ୟ ଏହି କ୍ୟାମ୍ପେନ୍‌ରେ ସାମିଲ୍‌ ହୋଇ ଟୁଇଟ୍‌ କରିଛନ୍ତି। ତାଙ୍କର ଏହି ଟୁଇଟ୍‌କୁ ଜବାବ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରେଣୁକା ସାହାଣେ। ଏମ୍‌ଜି ଅକବର୍‌ ଚୌକିଦାର ଟ୍ୟାଗ୍‌ ଲଗାଇ ଟୁଇଟ୍‌ କହିଛନ୍ତି, ‘ମୁଁ ବି ଚୌକିଦାର’ କ୍ୟାମ୍ପେନ୍‌ରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି। ଭାରତର ଜଣେ ନାଗରିକ ହୋଇଥିବାରୁ ଭାରତକୁ ପ୍ରେମ କରେ, ମୁଁ ଭ୍ରଷ୍ଟାଚାର, ଗରିବ ଓ ଆତଙ୍କବାଦକୁ ହଟାଇବା ଦିଗରେ ପୂରା ଜୋର୍‌ ଲଗାଇବି ଓ ଏକ ନୂଆ ଭାରତ ନିର୍ମାଣରେ ସାହାଯ୍ୟ କରିବ, ଯାହା ସୁରକ୍ଷିତ, ଶକ୍ତ ଓ ସମୃଦ୍ଧ ରହିବ ବୋଲି ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ର ଜବାବ୍‌ରେ ଅଭିନେତ୍ରୀ ରେଣୁକା। ସେ ତାଙ୍କ ଟୁଇଟ୍‌ରେ ଯଦି ଆପଣ ଚୌକିଦାର ହେବେ, ତା’ହେଲେ ଦେଶର କୌଣସି ମହିଳା ସୁରକ୍ଷିତ ରହିବେ ନାହିଁ  କହିବା ସହିତ ‘ ନିଲ୍ଲଜର ସୀମା’ ଓ ଇଣ୍ଡିଆ ମି ଠୁ ବୋଲି ଟ୍ୟାଗ୍‌ କରିଛନ୍ତି। ବିଜେପି ନେତା ଏମ୍‌ଜେ ଆକବର୍‌ଙ୍କ ନାମରେ ମିଠୁ ଅଭିଯୋଗ ଆସିବା ପରେ ସେ ବିଦେଶ ରାଜ୍ୟମନ୍ତ୍ରୀରୁ ଇସ୍ତଫା ଦେଇଛନ୍ତି। ଆକବରଙ୍କ ଉପରେ ପାଖାପାଖି ୨୦ଜଣ ମହିଳା ସାମ୍ବାଦିକ ଯୌନଶୋଷଣର ଅଭିଯୋଗ କରିଥିଲେ।

Categories
ଆଜିର ଖବର

ସୋସିଆଲ୍‌ ମିଡ଼ିଆରେ ଚୌକିଦାର ଟ୍ରେଣ୍ଡ୍‌ : ଟ୍ୱିଟରରେ ମୋଦୀଙ୍କ ନାମ ବଦଳି ହେଲା ଚୌକିଦାର ନରେନ୍ଦ୍ର ମୋଦୀ

୨୦୧୪ରେ ଚାଏ ବାଲାର ନାରା ଲଗାଇଥିବାବେଳେ କରିଥିବାବେଳେ ୨୦୧୯ରେ ଚୌକିଦାରର ନାରା ଲଗାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିଧିବଦ୍ଧ ଭାବେ ନିର୍ବାଚନୀ ବିଗୁଲ୍‌ ବଜାଇ ‘ମୈ ଚୌକିଦାର ହୁଁ’ର ଅଭିଯାନ ଆରମ୍ଭ କରିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନାମ ଚୌକିଦାରରେ ପରିବର୍ତ୍ତନ ହୋଇଛି। ଏବେ ମୋଦୀ ନିଜ ନାମ ଆଗରେ ଟ୍ୱିଟରରେ ଚୌକିଦାର ନାମ ଯୋଡି ସାରିଲେଣି। ଏବେ ଟ୍ୱିଟରରେ ଚୌକିଦାର ନରେନ୍ଦ୍ର ମୋଦୀ ଲେଖାଯାଉଛି। ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରେଳ ମନ୍ତ୍ରୀ ପୀୟୁଷ ଗୋୟଲ, ବିଜେପିର ଆଇଟି ସେଲ ପ୍ରମୁଖ ଅମିତ ମାଲବୀୟ ମଧ୍ୟ ଟ୍ୱିଟରରେ ନିଜ ନାମ ଆଗରେ ଚୌକିଦାର ଲଗାଇଛନ୍ତି। ସେମାନଙ୍କ ବ୍ୟତୀତ ଜେପି ନଡ୍ଡା, ରମଣ ସିଂହ, ପୁନମ ମହାଜନ ସମେତ ବହୁ ବଡ ବଡ ନେତା ମଧ୍ୟ ଚୌକିଦାର ଲଗେଇଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ଏକ ଭିଡିଓ ଲଂଚ୍ କରିଛି। ୩.୪୫ ମିନିଟର ଏହି ଭିଡିଓରେ ମୁଁ ବି ଚୌକିଦାର ଅଭିଯାନ ବିଷୟରେ ଦେଖାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଟାକ୍ଷ ଚୌକିଦାର ଚୋରର ଜବାବ ଦେବାକୁ ଯାଇ ମୋଦୀ ଟ୍ୱିଟ କରିଛନ୍ତି କି, ଚୌକିଦାର ଏକା ନାହିଁ। ଯିଏ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଛି ସିଏ ବି ଜଣେ ଚୌକିଦାର। ମୋଦୀଙ୍କ ଟ୍ୱିଟ ପରେ ବହୁ ବିଜେପି ନେତା ମଧ୍ୟ ମୁଁ ବି ଚୌକିଦାର ବୋଲି ଟ୍ୱିଟ କରିଛନ୍ତି। ଏବେ ସୋସିଆଲ ମିଡିଆରେ ଏବେ ଚୌକିଦାର ଟ୍ରେଣ୍ଡ ଚାଲିଛି।