ପିଲାଙ୍କୁ ଚୌକିଦାର ବନାଇବାର ଥିଲେ ମୋଦିଙ୍କୁ ଭୋଟ ଦିଅନ୍ତୁ

Published: Mar 20, 2019, 4:05 pm IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ଅଭିଯାନକୁ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବୁଧବାର କେଜ୍ରିଓ୍ବାଲ କହିଛନ୍ତି ଯେଉଁମାନେ ନିଜ ସନ୍ତାନଙ୍କୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି ସେମାନ ମୋଦିଙ୍କୁ ଭୋଟ ଦିଅନ୍ତୁ କାରଣ ମୋଦିଜୀ ସମଗ୍ର ଦେଶକୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି। ଯଦି ଆପଣ ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଡାକ୍ତର, ଇଞ୍ଜିନିୟର ଇତ୍ୟାଦି ବନାଇବାକୁ ଚାହୁଁଛନ୍ତି ତେବେ ଆପଣ ଆପ୍‌କୁ ଭୋଟ ଦିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ବିଟ୍ଟର ଜରିଆରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୧୬ ତାରିଖରେ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବା ପରେ ହାର୍ଦ୍ଦିକ ପଟେଲ, ମାୟାବତୀଙ୍କ ପରେ କେଜ୍ରିଓ୍ବାଲ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।

Related posts