Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜି ବାହାରିବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ, ଅପରାହ୍ନ ୪ଟାରେ ହେବ ଘୋଷଣା

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ। ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଏବଂ  ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି ।

ଛାତ୍ରଛାତ୍ରୀମାନେ ଫଳ ଘୋଷଣା ପରେ ନିମ୍ନ ଲିଙ୍କ କ୍ଲିକ କଲେ ସେମାନେ ପରୀକ୍ଷା ଫଳ ଜାଣିପାରିବେ। ତାହା ହେଲା

http://orissaresults.nic.in/

ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 19 ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳାଫଳ

ଭୁବନେଶ୍ୱର : ଆସନ୍ତା 19 ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଛନ୍ତି । ଆସନ୍ତା 19 ତାରିଖ ଦିନ 11.30 ମିନିଟ ସମୟରେ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଅଗଷ୍ଟ 31 ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।

ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି 3 ଲକ୍ଷ 50 ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଶୂନ ରେଜଲ୍ଟ ପାଇଁ 15ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ 15ଟି କଲେଜରେ ଫଳାଫଳ ଶୂନ ରହିଛି । ଏହାକୁ ନେଇ ଉକ୍ତ 15ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେହିପରି ଏହି ସମସ୍ତ ସ୍କୁଲରେ ନାମଲେଖା କଣ ପାଇଁ ବନ୍ଦ କରାନଯିବ ଏହାର କାରଣ ଦର୍ଶାଇବା ପାଇଁ ନୋଟିସ୍ ଜାରି କରାଯାଇଛି ।  ସେହିପରି ଶିକ୍ଷାନୁଷ୍ଠାନର ବିଜ୍ଞାନ ପାଠ୍ୟକ୍ରମ କ’ଣ ପାଇଁ ରଦ୍ଦ ନ ହେବ ସେନେଇ ମଧ୍ୟ ନୋଟିସ୍‌ ଜାରି କରାଯାଇଛି ।  7 ଦିନ ମଧ୍ୟରେ ଏହାର ଜବାବ ଦେବାକୁ ନୋଟିସରେ ନିର୍ଦ୍ଦେଶ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପାଶ ହାର ଦୁଇ ପ୍ରତିଶତ ହ୍ରାସ ପାଇଥିବା ବେଳେ 15ଟି କଲେଜରେ ପରୀକ୍ଷା ଫଳ ଶୂନ ରହିଥିଲା । ଗତକାଲି ମନ୍ତ୍ରୀ ଏହି କଲେଜକୁ ସୋ’ କଜ୍‌ ନୋଟିସ୍‌ ପଠାଯିବା ନେଇ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ଲସ ଟୁ ବିଜ୍ଞାନ ପରୀକ୍ଷା ଫଳ, ଦିନ ୧୨ଟା ୩୦ ପରେ ତଳେ ଥିବା ଲିଙ୍କ୍ କ୍ଲିକ୍ କରି ଜାଣନ୍ତୁ ରେଜଲଟ

ଭୁବନେଶ୍ବର: ଆଜି ଦିନ ୧୨ଟା ୩୦ ମିନଟ୍ ରେପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ଫଳ ଅନଲାଇନରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ।

ଏହା ବ୍ୟତିତ ମୋବାଇଲ ନମ୍ବର ୦୬୭୪-୨୩୦୦୯୧୪  କିମ୍ବା ୦୬୭୪-୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ଚଳିତବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।

ଛାତ୍ରଛାତ୍ରୀମାନେ ତଳେ ଥିବା ଲିଙ୍କ୍ କୁ କ୍ଲିକ କରି ଜାଣନ୍ତୁ କଣ ହୋଇଛି ରେଜଲଟ

orissaresults.nic.in

 

Categories
ଆଜିର ଖବର

ଏପ୍ରିଲ ୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ

ଚଳିତ ବର୍ଷ ମାର୍ଚ୍ଚ ୭ତାରିଖରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି  ଖାତାଦେଖା ହେବ। ମୂଲ୍ୟାୟନ ପାଇଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୮ରୁ ଆରମ୍ଭ ହୋଇ ଏପ୍ରିଲ ୨୩ରେ ଶେଷ ହେଉଥିବା ବେଳେ ଏପ୍ରିଲ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ।  ଚଳିତ ଥର ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ୫୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ୩୬ଟି କେନ୍ଦ୍ରରେ ଅନଲାଇନରେ ମୂଲ୍ୟାୟନ ହେବ। ରାଜ୍ୟରେ ୩,୬୫,୮୨୬ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଯୁକ୍ତ ଦୁଇ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି। ସିଏଚଏସସି ପରୀକ୍ଷା ନିୟନ୍ତ୍ରକ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି । ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, ସ୍ମାର୍ଟ ଫୋନ୍‌, ସ୍ମାର୍ଟ ଓ୍ବାଚ୍‌, କାଲକୁଲେଟର ଆଣିବା ଉପରେ ନିଷେଧ ଲଗାଯାଇଛି । ମାଟ୍ରିକ୍‌ ପ୍ରଶ୍ନପତ୍ର ପରି ଯେଭଳି ଏହି ପରୀକ୍ଷାରେ କୌଣସି ପ୍ରକାରର ବିଭ୍ରାଟ ନ ହୁଏ, ସେଥିନିମେନ୍ତ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯିବା ସହ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ବ୍ୟାପକ ଅନିୟନିମତା ଦେଖାଦେଇଥିବା ନେଇ ଶିକ୍ଷାବ୍ୟବସ୍ଥା ପ୍ରତି ସାରା ରାଜ୍ୟରେ ଏକପ୍ରକାର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଯୁକ୍ତ ଦୁଇ ପରୀକ୍ଷ ପାଇଁ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।