ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା: ପୁଣିଥରେ ଛାତ୍ରୀମାନଙ୍କ ବାଜିମାତ୍

Published: May 26, 2024, 3:28 pm IST

ଭୁବନେଶ୍ଵର: ଆଜି ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ। ଏଥର ଯୁକ୍ତ ୨ର ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଏକାସାଙ୍ଗରେ ପ୍ରକାଶ ପାଇଛି। ଏନେଇ ସିଏଚଏସଇ ଅଧ୍ୟକ୍ଷ ଅଶ୍ଵିନୀ ମିଶ୍ର ସୂଚନା ଦେଇଛନ୍ତି।

ବିଜ୍ଞାନରେ ୮୬.୯୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୮୨.୨୭ ପ୍ରତିଶତ, କଳାରେ ୮୦.୯୫ ପ୍ରତିଶତ, ଧନ୍ଦାମୂଳକ ଶିକ୍ଷାରେ ୬୮.୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ କରିଛନ୍ତି। ତେବେ ଚଳିତ ବର୍ଷ ମଧ୍ୟ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।

ବିଜ୍ଞାନରେ ମୋଟ ୬୦ ହଜାର ୯୭୩ ଜଣ ପୁଅ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୨ ହଜାର ୫୬୭ ଜଣ ଛାତ୍ର ପାସ ହୋଇଛନ୍ତି। ପୁଅଙ୍କ ପାସ ହାର ୮୬.୨୧ ପ୍ରତିଶତ ରହିଛି। ୫୪ ହଜାର ୯୨୨ ଜଣ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ହଜାର ୧୯୦ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାର ପାସ ହାର ୮୭.୭୪ ପ୍ରତିଶତ ଅଟେ।

କଳାରେ ମୋଟ ୨ ଲକ୍ଷ ୩୫ ହଜାର ୨୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୦ ହଜାର ୪୨୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ମୋଟ ୧ ଲକ୍ଷ ୦୪ ହଜାର ୪୪୭ ଜଣ ପୁଅ ପରୀକ୍ଷା ଦେଇଥିବା ବେଳେ ୭୫ ହଜାର ୯୧୩ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।  ପୁଅଙ୍କ ପାସ ହାର ୭୨.୬୮ ରହିଛି। ସେହିଭଳି ୧ ଲକ୍ଷ ୩୦ ହଜାର ୭୭୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୫୧୬ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହାର ପାସ ହାର ୮୭.୫୬ ପ୍ରତିଶତ ରହିଛି।

ତେବେ ଛାତ୍ରଛାତ୍ରୀମାନେ www.orissaresults.nic.in ପରିଦର୍ଶନ କରି ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Related posts