Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ଲସ ଟୁ ବିଜ୍ଞାନ ପରୀକ୍ଷା ଫଳ, ଦିନ ୧୨ଟା ୩୦ ପରେ ତଳେ ଥିବା ଲିଙ୍କ୍ କ୍ଲିକ୍ କରି ଜାଣନ୍ତୁ ରେଜଲଟ

ଭୁବନେଶ୍ବର: ଆଜି ଦିନ ୧୨ଟା ୩୦ ମିନଟ୍ ରେପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ଫଳ ଅନଲାଇନରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ।

ଏହା ବ୍ୟତିତ ମୋବାଇଲ ନମ୍ବର ୦୬୭୪-୨୩୦୦୯୧୪  କିମ୍ବା ୦୬୭୪-୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ଚଳିତବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।

ଛାତ୍ରଛାତ୍ରୀମାନେ ତଳେ ଥିବା ଲିଙ୍କ୍ କୁ କ୍ଲିକ କରି ଜାଣନ୍ତୁ କଣ ହୋଇଛି ରେଜଲଟ

orissaresults.nic.in

 

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ 3 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ଏଥର 3 ଲକ୍ଷ 49 ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚା 3 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ

ବିଜ୍ଞାନ ପରୀକ୍ଷା- ମାର୍ଚ୍ଚ 3 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଚାଲିବ

କଳା ପରୀକ୍ଷା- ମାର୍ଚ୍ଚ 4 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 27 ତାରିଖ ପର୍ଯ୍ୟନ୍ତ ଚାଲିବ

ବାଣିଜ୍ୟ ପରୀକ୍ଷା- ମାର୍ଚ୍ଚ 4 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ଚାଲିବ

ଧନ୍ଦା ମୂଳକ ପରୀକ୍ଷା- ମାର୍ଚ୍ଚ 17 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 27 ତାରିଖ ପର୍ଯ୍ୟନ୍ତ ଚାଲିବ

ତେବେ ପ୍ରାଟିକାଲ ପରୀକ୍ଷା ଆସନ୍ତା ଜାନୁୟାରୀ 27 ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ତରଫରୁ କୁହାଯାଇଛି। ଏହି ପରୀକ୍ଷା ଗତ ବର୍ଷ ପରି ଦିନ 10ଟାରୁ ଆରମ୍ଭ ହୋଇ ଦିନ 1ଟା ପର୍ଯ୍ୟନ୍ତ ଚାଲିବ। ଏଥର ମୋଟ 3 ଲକ୍ଷ 49 ହଜାର 154 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିମଧ୍ୟରୁ କଳାରେ 2 ଲକ୍ଷ 18 ହଜାର 831, ବିଜ୍ଞାନରେ 97 ହଜାର 536, ବାଣିଜ୍ୟରେ 25 ହଜାର 670 ଏବଂ ଧନ୍ଦାମୂଳକ ପରୀକ୍ଷାରେ 7 ହଜାର 17 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରାଟିକାଲ ପରୀକ୍ଷାର 3 ଦିନ ପୂର୍ବରୁ ଅନ ଲାଇନରେ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ପାଇ ପାରିବେ।

Categories
ଆଜିର ଖବର

ଆସନ୍ତା କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ  ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର  ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍‌,ଏବଂ କାଲ୍‌କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ। ସକାଳ ୯ରେ ପ୍ରଶ୍ନପତ୍ର  ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୨୦୨ଟି ନୋଡାଲ୍‌ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ି ଯୋଗେ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ପୁରୁଣା ପ୍ରଶ୍ନପତ୍ର କିମ୍ବା ଗୁଜବ ଭାଇରାଲ୍‌ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଣ୍ଡ ବିଧାନ କରାଯିବ । ସେହିପରି ପ୍ରଶ୍ନପତ୍ରରେ କେବଳର ପରୀକ୍ଷାର୍ଥୀ ରୋଲ୍‌ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିପାରିବେ ନାହିଁ । ଉଦ୍ଭିଦ ବିଜ୍ଞାନ (ବଟ୍‌ନି) ଏବଂ ପ୍ରାଣୀ ବିଜ୍ଞାନ (ଜୁଲୋଜି) ପରୀକ୍ଷା ମଧ୍ୟରେ ୨୦ ମିନିଟ୍‌ ବ୍ୟବଧାନ ରଖାଯାଇଛି ।  ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ୦୬୭୪-୨୩୦୩୮୦୩, ୨୩୦୦୦୯୯ ଦୁଇଟି ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି ।