Categories
ଆଜିର ଖବର

ଭୋଟ୍‌ ଗ୍ରହଣ ଦିନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ଶିକ୍ଷାନୁଷ୍ଠାନ ସହିତ ସରକାରୀ କାର୍ଯ୍ୟାଳୟ, କୋର୍ଟ  ତଥା ବ୍ୟାଙ୍କ ଓ ବ୍ୟାଙ୍କ ସଂକ୍ରାନ୍ତୀୟ ଅନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଯେଉଁ ପର୍ଯ୍ୟାୟରେ ଯେଉଁ କ୍ଷେତ୍ରରେ ମତଦାନ ଥିବ ସେହି ଦିନ ଉକ୍ତ ଅଞ୍ଚଳରେ ଛୁଟି ଲାଗୁ ହେବ। ଉଲ୍ଲେଖଯୋଗ୍ୟ  ଓଡ଼ିଶାରେ  ଆସନ୍ତା ଏପ୍ରିଲ୍‌ ୧୧ ତାରିଖରୁ ଏପ୍ରିଲ୍‌ ୨୯ ତାରିଖ ମଧ୍ୟରେ ଚାରି ପର୍ଯ୍ୟାୟରେ ଭୋଟ୍‌ଗ୍ରହଣ କରାଯିବ। ଆସନ୍ତା ଏପ୍ରିଲ ୧୧ ତାରିଖରେ ରାଜ୍ୟରେ ୪ ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଏବଂ ଏହାର ସଂଲଗ୍ନ ୨୮ ବିଧାନସଭାରେ ମତଦାନ ହେବାକୁ ଯାଉଛି। ତେଣୁ ଏପ୍ରିଲ ୧୧ରେ  ସେହି  ଅଞ୍ଚଳରେ ସରକାରୀ ଛୁଟି ରହିବ। ସେହିପରି ଏପ୍ରିଲ ୧୮ରେ ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା ଏବଂ ଏହାର ସଂଲଗ୍ନ ୩୫ ବିଧାନସଭା ପାଇଁ ଛୁଟି ଘୋଷଣା କରାଯାଇଛି। ଏପ୍ରିଲ୍‌ ୨୩ରେ ୬ ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ଵର ଏବଂ ତତସଂଲଗ୍ନ ୪୨ ବିଧାନସଭା କ୍ଷେତ୍ରରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ ୨୯ରେ ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ଅଞ୍ଚଳରେ ଶିକ୍ଷାନୁଷ୍ଠାନ ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।