Categories
ଆଜିର ଖବର ରାଜ୍ୟ ଖବର

ଶହୀଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ଲଦାଖ ସୀମାରେ ଶହୀଦ 2 ଓଡିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧବାଞ୍ଜଳି ପ୍ରଦାନ କରିଛନ୍ତି । ଗଲଓ୍ଵାନ୍‌ ଘାଟିରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ବିଟ୍ଟର ଜରିଆରେ ବୀର ଯବାନଙ୍କୁ ନବୀନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ ବୋଲି ନବୀନ ଆହ୍ବାନ ଦେଇଛନ୍ତି । ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ବାତ୍ୟା ଅମ୍ଫାନକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ବୈଠକରେ 12ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ । ପୂର୍ବରୁ ରାଜ୍ୟ୍ ଫନି, ତିତଲି, ବୁଲବୁଲ, ଫାଇଲିନ୍‌ ପରି ବାତ୍ୟାର ସଫଳତାର ସହିତ ମୁକାବିଲା କରିଛି ତେଣୁ ସାଧରଣ ଜନତା ଆତଙ୍କିତ ନହୋଇ ସରକାରଙ୍କ ସହାୟତା କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି ତେଣୁ ସାଧାରଣ ଜନତା ଆଦୌ ଭୟଭୀତ ହେବା ଅନୁଚିତ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତା, ବିଜୁଳି ଓ ପାନୀୟ ଜଳଯୋଗାଣକୁ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ବୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ବାତ୍ୟାର ମୁକାବିଲା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ଆଲୋଚନା କରିଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ବିଭାଗ ପ୍ରସ୍ତୁତ ରହିଥିବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 567ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ 7 ହଜାର ପକ୍କା ଘର ପ୍ରସ୍ତୁତ କରାଯାଇଛି ଯେଉଁଥିରେ 11 ଲକ୍ଷ ଲୋକ ଅବସ୍ଥାନ କରିପାରିବେ । ଏହା ସହିତ 3ଟି ଏନ୍‌ଡିଆରଏଫ୍‌, 12ଟି ଓଡ୍ରାଫ୍‌ ଏବଂ 355 ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ ରହିଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ । ସେହିଭଳି 4ଟି ଜିଲ୍ଲାରେ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଡାକ୍ତରଖାନାକୁ ନିରବଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ସହିତ ସହରାଞ୍ଚଳର ଜଳଆବଦ୍ଧ ସମସ୍ୟା ଦୂର କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସହିତ ବିଭିନ୍ନ ବିଭାଗର ସଚିବ ଏବଂ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Categories
ଆଜିର ଖବର

ଏନ୍‌ଆରସିକୁ ସମର୍ଥନ କରୁନି ବିଜେଡି : ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,18/12 : ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍‌ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ଏହି ଆଇନ ଦେଶର ସଂହିତା ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ ତେଣୁ ଦଳ ଏହି ଆଇନ ପ୍ରତି ନିଜର ସମର୍ଥନ ଜାହିର କରିଛି ବିଜେଡି । ମାତ୍ର ଏନ୍‌ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର

ଏସଏଚଜିଗୁଡିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ

ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏସଏଚଜି ଗୁଡିକୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ନୂଆ ଏସଏଚଜିଗୁଡିକୁ  ୧୫ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ମଣ୍ଡଳସ୍ତରୀୟ ଏସଏଚଜି ମହାସଂଘ ଗୁଡିକୁ ୨୫ଲକ୍ଷ ଟଙ୍କା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି  । କେନ୍ଦ୍ରାପଡାରେ ଏକ କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ  ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ  ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ବଦ୍ଧପରିକର ଥିବା କଥା ଦୋହରାଇଥିଲେ । ବିଜୁ ବାବୁ ମହିଳା ସଶକ୍ତିକରଣ ସାରା ଦେଶରେ  ପାଇଁ ପ୍ରଥମେ ପଦକ୍ଷେପ ନେଇଥିଲେ ।  ତେଣୁ ବିଜୁ ବାବୁଙ୍କ କର୍ମଭୂମିରେ  ଏହି ଭବନ ପ୍ରତିଷ୍ଠା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର

କନ୍ଧମାଳରେ ନବୀନ : କାଳିଆ ଯୋଜନାର ଟଙ୍କା ବିନିଯୋଗ କରି ଉନ୍ନତି କରନ୍ତୁ

ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇଛନ୍ତି । ୟଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି କହିଛନ୍ତି ନବୀନ।  ସେ ଆହୁରି କହିଛନ୍ତି ଯେ କାଳିଆ ଯୋଜନାରୁ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ମିଳୁଛି। ତାଙ୍କ ସରକାର ଚାଷୀଙ୍କ ପ୍ରତି ସମର୍ପିତ। ଏହି ଯୋଜନାରେ ମିଳୁଥିବା ଅର୍ଥକୁ  ଚାଷବାସରେ ବିନିଯୋଗ କରି ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ସର୍ବଦା ଗରିବ ଚାଷୀ ଓ ଗରିବ ଜନସାଧାରଣଙ୍କ ସହ ରହିଛନ୍ତି । ଏପ୍ରିଲ୍‌ ପହିଲା ସୁଦ୍ଧା କାଳିଆ ଯୋଜନାରୁ ବଂଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି ।