କୋଲକାତା : ଆଜିକାଲି ମ୍ୟାଟ୍ରିମୋନିଆଲ୍ ଓ ବିବାହ ପାଇଁ ବିଜ୍ଞାପନ ଦିଆଯାଇ ପ୍ରସ୍ତାବ ଖୋଜାଯାଇପାରୁଛି । । ଏହି ସାଇଟ୍ରେ ବିବାହ ପାଇଁ ଆଗ୍ରହୀ ଯୁବକ ଓ ଯୁବତୀମାନେ ନିଜ ନିଜର ଫ୍ରୋପାଇଲ୍ ଖୋଲୁଛନ୍ତି । ଏହି ପ୍ରୋଫାଇଲ୍ ପେଜରେ ସେମାନଙ୍କ ତାଙ୍କ ଭାବୀ ଜୀବନସାଥୀଙ୍କ ସମ୍ପର୍କରେ ଡିମାଣ୍ଡ କରୁଛନ୍ତି । ତେବେ ନିକଟରେ ଏକ ମ୍ୟାଟ୍ରିମୋନିଲଆ୍ ସାଇଟ୍ରେ ଜଣେ ଯୁବକ ନିଜ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଜଣେ 37 ବର୍ଷୀୟା ଯୁବକ ଯିଏ କି ପେଶାରେ ଜଣେ ଓକିଲ । ସେ ନିଜର ବିବାହ ସମ୍ପର୍କରେ ଏକ ଅଜବ ସର୍ତ୍ତ ରଖିଛନ୍ତି। ଓକିଲ ଜଣକ ନିଜ ସମ୍ପର୍କରେ ସମସ୍ତ ବିବରଣି ଦେବା ସହ ଲେଖିଛନ୍ତି ସେ ବିନା କୌଣସି ଡିମାଣ୍ଡରେ ବିବାହ କରିବେ । ହେଲେ କନ୍ୟା ସୁନ୍ଦର, ଡେଙ୍ଗା ଓ ପତଳା ହେବା ସହ ସୋସିଆଲ ମିଡିଆ ବ୍ୟବହାର କରୁ ନ ଥିବେ ବୋଲି ସର୍ତ୍ତ ରଖିଛନ୍ତି । ଏହି ବିବାହ ବିଜ୍ଞାପନକୁ ଆଇଏଏସ୍ ନିତିନ ସାଙ୍ଗୱାନ ସୋସିଆଲ ମିଡିଆ ଟୁଇଟରରେ ଶେୟାର୍ କରିଛନ୍ତି ।
ତେବେ ସମ୍ପୃକ୍ତ ଓକିଲ ଜଣଙ୍କୁ କନ୍ୟା ମିଳିବା ତ ବହୁତ କଷ୍ଟସାଧ୍ୟ ହେବା ପରି ମନେ ହେଉଛି । କାରଣ କାରଣ ଏବେ ପ୍ରାୟ ସମସ୍ତଙ୍କର ଅତିକମରେ ଫେସବୁକ, ଟୁଇଟର ଓ ଇନଷ୍ଟାଗ୍ରାମରେ ନିହାତି ଗୋଟିଏ ଆକାଉଣ୍ଟ ରହିଛି । ଆଜିର ଡିଜିଟାଲ୍ ସମୟରେ ଓକିଲ ବାବୁ ଜଣକ ନିଜ ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁନଥିବା କନ୍ୟା ଖୋଜୁଥିବାର ଖବରଟି ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । (ଏଜେନ୍ସି)