Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବଡ ନେତାଙ୍କ ନାମ ସାମିଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତାହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବ ବୈଠକରେ ଅନେକ ବଡ ନାମ ସ୍ଥିର କରାଯାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ ଲୋକସଭା ଆସନରେ ପ୍ରାର୍ଥୀ କରାଯାଇଛି।

କଂଗ୍ରେସର ପ୍ରଥମ ତାଲିକାରେ ୩୯ ଟି ନାମ ପ୍ରକାଶ ପାଇଛି, ଏଥିମଧ୍ୟରୁ ୱାୟାନାଡରୁ ରାହୁଲ ଗାନ୍ଧୀ, ଥିରୁବନନ୍ତପୁରାମରୁ ଶଶି ଥରୁର, ଅଲପୁଝା ଠାରୁ କେସି ଭେନୁଗୋପାଲ, ରଜନାନ୍ଦଗାଓଁରୁ ଭୁପେଶ ବଘେଲ, ମେଘାଳୟର ଭିନ୍ସେଣ୍ଟ ପାଲା ଏବଂ ତ୍ରିପୁରା ପଶ୍ଚିମରୁ ଆଶିଷ ସାହାଙ୍କ ନାମ ପ୍ରକାଶ ପାଇଛି।

କଂଗ୍ରେସର ୩୯ ଜଣ ପ୍ରାର୍ଥୀଙ୍କ ଏହି ପ୍ରଥମ ତାଲିକାରେ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗର ହୋଇଥିବାବେଳେ ୨୪ ଜଣ ପ୍ରାର୍ଥୀ ପଛୁଆ, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର।

Congress Candidates List 2024: कांग्रेस ने जारी की पहली कैंडिडेट लिस्ट, राहुल गांधी का वायनाड से नाम फाइनल, सामने आए ये बड़े नाम