Categories
ଆଜିର ଖବର

ହୋର୍ଡିଂ କାଢିବା ପାଇଁ କଂଗ୍ରେସର ଦାବି, ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଆଚରଣ ବିଧି ଲାଗୁ ହେବା ପରେ କାନ୍ଥବାଡ଼, ଖୁଣ୍ଟ, ଦୋକାନ, ରାସ୍ତାରେ ଆଦି ଲାଗିଥିବା କୌଣସି ଦଳ କିମ୍ବା ରାଜନେତାଙ୍କ ଫଟୋ ଜନିତ ପୋଷ୍ଟରକୁ କାଢ଼ି ଦିଆଯାଇଛି। ମାତ୍ର ଶାସକ ଦଳ ବିଜେପି ନିର୍ବାଚନ କମିସନ ଜାରି କରିଥିବା ଏହି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ପେଟ୍ରୋଲ୍‌ ପମ୍ପ୍‌, ବିମାନବନ୍ଦର ଓ ରେଳ ଷ୍ଟେସନ୍‌ ଆଦି ସ୍ଥାନରେ ଏବେ ବି ମୋଦିଙ୍କ ଫଟୋ ଲଗାଯାଇଛି। ଯାହା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ମୋଦିଙ୍କ ଫଟୋକୁ ଏପରି ସ୍ଥାନରୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନର ତାଲିକା ନିକଟ ଅତୀତରେ ନିର୍ବାଚନ କମିସନ ଜାରି କରି ସାରିଛନ୍ତି। ତାଲିକା ଜାରି ହେବା ସହ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଆଚରଣ ବିଧି ମୁତାବକ ସମସ୍ତ ଦଳ ଓ ରାଜନେତାଙ୍କ ହୋର୍ଡିଂ ଓ ପୋଷ୍ଟର୍‌କୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହାକୁ ନେଇ ଉଭୟ ବିଜେଡ଼ି ଓ ବିଜେପି ଦୁହେଁ ଦୁହିଁଙ୍କୁ ଦୋଷାରୋପ କରିଛନ୍ତି ।