Categories
ଆଜିର ଖବର ଜାତୀୟ ଖବର

ବର ବେଶରେ ନାବାଳିକାକୁ ବିବାହ କରି ଗିରଫ ହେଲେ ଯୁବତୀ

ଭୋପାଳ : ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ 20 ବର୍ଷୀୟା ଯୁବତୀ ଜଣେ ନାବାଳିକା ସହ ଫେରାର ହୋଇ ବିବାହ କରି ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁଣାର ବୁଢେ ବାଲାଜୀ ଅଂଚଳରେ ଏପରି ଏକ ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ଶିବପୁରୀରେ ରୁହଥିବା ଯୁବତୀ ଜଣକ ଗୁନାର ଜଣେ ସମ୍ପର୍କୀୟଙ୍କ ନିକଟକୁ ଆସିଥିଲେ ।  ଜୁନ୍‌ 22 ତାରିଖରେ ଯୁବତୀ ଜଣକ ନାବାଳିକା ସହ ଫେରାର୍‌ ହୋଇଥିଲେ । ଏହି ନାବାଳିକା ଜଣକ ତାଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି। ଏହାପରେ ପରିବାର ଲୋକେ ନାବାଳିକାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍‌ ନାବାଳିକା ଓ ଯୁବତୀଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା ।

ପରିଶେଷରେ ପୋଲିସ୍‌ ଜାଣିବାକୁ ପାଇଥିଲା ଯେ, ଯୁବତୀ ଓ ନାବାଳିକା ଦ୍ବୟ ବିବାହ କରିଛନ୍ତି । ଶିବପୁରୀର ଏହି ଯୁବତୀ ଜଣକ ନିଜକୁ ବର ବେଶରେ ସଜ୍ଜାଇ ନାବାଳିକାଙ୍କୁ କନ୍ୟା ବେଶରେ ବିବାହ କରିଛନ୍ତି । ନାବାଳିକାର ସଂପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ଯୁବତୀଙ୍କୁ ଆଇପିସିର ଧାରା 363 ଓ ପକ୍ସୋ ଆଇନ ଅନୁଯାୟୀ ଗିରଫ କରାଯାଇଛି ।ଦୁହିଁଙ୍କ ମଧ୍ୟରେ ଏକ ବର୍ଷର ଅଧିକ ହେବ ଦୃଢ ସମ୍ପର୍କ ରହିଥିବା କଥା ଜଣାଇଛନ୍ତି । ନାବାଳିକାଙ୍କୁ  ପରିବାରଙ୍କ ହାତରେ ପୋଲିସ୍‌ ଛାଡି ଦେଇଥିବାବେଳେ ଯୁବତୀଙ୍କୁ ଗିରଫ କରିଛି ।