Categories
ଆଜିର ଖବର ଜାତୀୟ ଖବର

ଓଡିଶାରେ ପଜିଟିଭିଟି ଜାତୀୟ ହାରଠୁ କମ୍‌ : ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଦେଶରେ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆକ୍ଟିଭ୍‌ କେସ୍‌ 5 ହଜାରରୁ କମ୍‌ ରହିଛି । 18ଟି ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା 5ରୁ 50 ହଜାର ମଧ୍ୟରେ ରହିଛି । କେବଳ 4ଟି ରାଜ୍ୟରେ 50 ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି। ସେହିପରି ମୋଟ୍‌ ଆକ୍ଟିଭ୍‌ କେସ୍‌ର 60 ପ୍ରତିଶତ 5 ରାଜ୍ୟରେ ରହିଛନ୍ତି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର ରହିଛି । ଏଠାରେ ସର୍ବାଧିକ ଆକ୍ଟିଭ୍‌ କେସ୍‌ 29.5 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ହାରାହାରି 409 ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ତେବେ ତାମିଲନାଡୁରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମୁଥିବାର ଦେଖାଯାଇଛି । ପ୍ରତି ନିୟୁତରେ ଭାରତରେ ମୃତ୍ୟୁ ସଂଖ୍ୟା 58 ରହିଛି । ସେହିପରି ଓଡ଼ିଶାରେ ପଜିଟିଭିଟି ରେଟ୍‌ ଜାତୀୟ ହାରଠାରୁ କମ୍‌ ରହିଛି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଗୁଜୁରାଟରେ ମଧ୍ୟ ପଜିଟିଭିଟି ହାର ଜାତୀୟ ହାରଠାରୁ କମ୍‌ ରହିଛି । ଦେଶରେ ପଜିଟିଭିଟି ହାର 8.4% ରହିଥିବାବେଳେ ଓଡ଼ିଶାରେ ଏହି ହାର 6.2% ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । (ଏଜେନ୍ସି)