Categories
ଆଜିର ଖବର ଜାତୀୟ ଖବର

ଦେଶରେ ମୃତ୍ୟୁ ସଂଖ୍ୟା 500 ଟପିଲା, ଆକ୍ରାନ୍ତଙ୍କ ସଂଖ୍ୟା 15000 ଡେଇଁଲା

ନୂଆଦିଲ୍ଲୀ : ଭୟାନକ କରୋନା ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 15 ହଜାର 707ରେ ପହଞ୍ଚିଥିବାବେଳେ 507ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2230ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ତବଲିଗ୍‌ ଜମାତରୁ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଚାରି ହଜାରରୁ ପାର୍‌ ହୋଇଯାଇଛି । ଆସାମର ମୋଟ୍‌ ମାମଲାର 91 ପ୍ରତିଶତ ଜମାତୀ ସହ ସମ୍ପର୍କିତ ରହିଛି । ସେହିପରି ତାମିଲନାଡୁରେ 84% ମାମଲା ଜମାତୀ ସହ ଯୋଡି ହୋଇଥିବାବେଳେ ତେଲେଙ୍ଗାନାରେ 79%, ଆଣ୍ଡାମାନ୍‌ ନିକୋରବର 83%, ଦିଲ୍ଲୀରେ 63%, ଆନ୍ଧ୍ରପ୍ରଦେଶରେ 61% ଓ ଉତ୍ତରପ୍ରଦେଶରେ ମୋଟ ମାମଲାର 59% ଜମାତୀ ସମ୍ପର୍କିତ ବୋଲି ଜଣାପଡିଛି । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । (ଏଜେନ୍ସି)