Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଣିକି 990 ଟଙ୍କାରେ 2DG ଔଷଧ କିଣି ଖାଇଲେ ଭଲ ହେବ କରୋନା ରୋଗ

ନୂଆଦିଲ୍ଲୀ, ଶେଷରେ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧ ପ୍ୟାକେଟର ମୂଲ୍ୟ ରହିଛି 990 ଟଙ୍କା। ସାମରିକ ଗବେଷଣା କେନ୍ଦ୍ର ଏବଂ ଡକ୍ଟର ରେଡ୍ଡୀ ଲ୍ୟାବର ମିଳିତ ସହଯୋଗରେ ଏହି ଔଷଧ ବାହାର କରାଯାଇଛି।

ଏହି ଭିନ୍ନ ପ୍ରସାରର ଔଷଧ ପାଉଡର ଆକାରରେ ବଜାରରେ ଉପଲବ୍ଧ ହେବ। ରୋଗୀ ଏହି ପାଉଡରକୁ ପାଣିରେ ଗୋଳି ସପ୍ତାହ ପର୍ଯ୍ୟନ୍ତ ଦିନକୁ ଥରେ ସେବନ କରିବେ। ଏହାଦ୍ବାରା କରୋନା ଭଲ ହୋଇଯିବ ବୋଲି ଡିଆରଡିଓ ତରଫରୁ ପରୀକ୍ଷା କରାଯାଇଛି।

ଏହି ଔଷଧ 2DG କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ ମିଳିତ ଭାବେ ଲୋକାର୍ପଣ କରିଥିଲେ। ଏହାକୁ ପ୍ରଥମେ ଡିଫେନସ ହସପିଟାଲରେ ପ୍ରୟୋଗ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋରନାକୁ ମାତ ମାରିବା ପାଇଁ ବାହାରିଲା ଔଷଧ 2-DG, ଜାଣନ୍ତୁ ଏହି ଔଷଧ କଣ, କିପରି ଖାଇବେ

ନୂଆଦିଲ୍ଲୀ, 2-DG ହେଉଛି  DRDO ଦ୍ବାରା ପ୍ରସ୍ତୁତ ଏକ ଆଣ୍ଟି-କୋଭିଡ୍ ଔଷଧ ଯାହା କରୋନା ରୋଗୀଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛି । DRDO ର ବୈଜ୍ଞାନିକ ଏବଂ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଔଷଧ ସାହାଯ୍ୟରେ ରୋଗୀଙ୍କ ସୁସ୍ଥ ହେବାର ହାର ତ୍ୱରାନ୍ୱିତ ହୋଇପାରୁଛି। ଏପରିକି ସେମାନଙ୍କର ଅମ୍ଳଜାନ ଆବଶ୍ୟକତା ମଧ୍ୟ ହ୍ରାସ ପାଉଛି। ଏହି ଔଷଧ INMAS ଏବଂ DRDO ଦ୍ବାରା ଡକ୍ଟର ରେଡ୍ଡୀ ଲାବୋରେଟୋରୀରେ ବିକଶିତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଔଷଧର ପ୍ରଥମ ପ୍ୟାକେଟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ ଦିଲ୍ଲୀ ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି। କ୍ଲିନିକାଲ୍ ପରୀକ୍ଷଣର ସଫଳତା ପରେ ଏହି 2-DG ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି ।

ଏହି ଔଷଧ ହେଉଛି ଗ୍ଲୁକଜ ପରି ଏକ ପାଉଡର। ଏହାକୁ ପାଣିରେ ଗୋଳି ପିଇବାକୁ ପଡିବ। ଏହି ଔଷଧ କରୋନା ଭୂତାଣୁ ସଂକ୍ରମିତ କୋଷକୁ ଯାଇ ସେମାନଙ୍କ ବଂଶ ବୃଦ୍ଧିକୁ ପ୍ରତିରୋଧ କରିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଔଷଧ ଦ୍ବାରା ଚିକିତ୍ସିତ ହେଉଥିବା ରୋଗୀମାନେ ଖୁବ ଶୀଘ୍ର ସୁସ୍ଥ ହୋଇଛନ୍ତି। ତେବେ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଖାଇବାକୁ ଦିଆଯିବ। ସର୍ବ ସାଧାରଣରେ ଏହା ବିକ୍ରି ହେବ ନାହିଁ ବୋଲି ଜଣାପଡିଛି।

DRDO ବୈଜ୍ଞାନିକ ସୁଧୀର ଚାନ୍ଦଙ୍କ ଅନୁଯାୟୀ ଏହି ଔଷଧ ସେବନ କଲେ କରୋନା ଭୂତାଣୁଙ୍କର ବୃଦ୍ଧି କମିଯାଏ। କ୍ଲିନିକାଲ୍ ପରୀକ୍ଷଣରେ ମଧ୍ୟ ଏହାର ଭଲ ଫଳ ମିଳିଛି । ରେଡ୍ଡି ଫାର୍ମାଚ୍ୟୁଟିକାଲର ମୁଖ୍ୟ ଜି ସତୀଶ ରେଡ୍ଡୀଙ୍କ ଅନୁଯାୟୀ ଏହି ଔଷଧକୁ ଦିନକୁ ଦୁଇଥର ଗ୍ରହଣ କରିବାକୁ ପଡିବ। ଏହାର ଡୋଜ ବ୍ୟକ୍ତିର ଓଜନ ଉପରେ ଆଧାରିତ ହେବ ଏବଂ ଏହାକୁ 5-7 ଦିନ ପାଇଁ ନେବାକୁ ପଡିବ ।

ଜି ସତୀଶ ରେଡ୍ଡୀ କହିଛନ୍ତି ଯେ ବର୍ତ୍ତମାନ ସପ୍ତାହରେ ଏହାର ଉତ୍ପାଦନ ପ୍ରାୟ 10,000 ହେବ। ବର୍ତ୍ତମାନ ଏହି ଔଷଧ AIIMS, AFMS ଏବଂ DRDO ଡାକ୍ତରଖାନାଗୁଡ଼ିକରେ ଦିଆଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟରେ ମଧ୍ୟ ବଣ୍ଟନ କରାଯିବ। ତେବେ ଏହାର ମୂଲ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୈଣସି ନିଷ୍ପତି ନିଆଯାଇ ନାହିଁ। ଏହି ଔଷଧର ଦର ଡକ୍ଟର ରେଡ୍ଡୀ ଲାବ ତରଫରୁ ନିଷ୍ପତି କରାଯିବ।

ସୂଚନା ଅନୁସାରେ ଏହି ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲର କୌଣସି ଅସୁବିଧା ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଏହାକୁ ଉତ୍ପାଦନ କରାଯିବ। ସେଥିପାଇଁ ଡକ୍ଟର ରେଡ୍ଡି ଲାବ ସମସ୍ତ ପ୍ରସ୍ତୁତି କରି ରଖିଛି। ମୁଖ୍ୟତଃ ଏହି ଔଷଧ ହୋମିଓପ୍ୟାଥୀର ଗ୍ଲୁକୋଜ ପରି ଦେଖିବାକୁ। କରୋନା ଭୂତାଣୁ ମଣିଷ ଶରୀରରୁ ଗ୍ଲୁକୋଜ ଖାଇ ବଂଶ ବୃଦ୍ଧି କରିଥାଏ। ଏହି ପାଉଡର ଗ୍ଲୁକୋଜ ପରି ଦେଖିବାକୁ ହୋଇଥିବାରୁ କରୋନା ଭାଇରସ ଏହାକୁ ଖାଇଦିଏ। ହେଲେ ଏହା ଗ୍ଲୁକୋଜ ନ ହୋଇ ଔଷଧ ହୋଇଥିବାରୁ ସେହି ଭୂତାଣୁକୁ ମାରି ଦେଇଥାଏ।

ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଔଷଧ ରାମବାଣ ସଦୃଶ୍ୟ ହେବ ବୋଲି ଜଣାପଡିଛି। ପୃଥିବୀରେ ଏ ପର୍ଯ୍ୟନ୍ତ କରୋନା ଔଷଧ ବିକଶିତ ହୋଇ ନ ଥିବା ବେଳେ ଭାରତ ଏ କ୍ଷେତ୍ରରେ ପାଦେ ଆଗେଇଛି। ମୁଖ୍ୟତଃ ପର୍ଯ୍ୟାପ୍ତ ପରିମାଣର ଔଷଧ ଉତ୍ପାଦନ ହେବା ଏବଂ ରୋଗୀଙ୍କ ଦେହରେ ଭଲ କାମ କରୁଥିବାରୁ ଭାରତରେ କରୋନା ସଂକ୍ରାମଣକୁ ଖୁବ ଶିଘ୍ର ରୋକା ଯାଇପାରିବ ବୋଲି ଆଶା କରାଯାଉଛି।