Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୮,୫୮୪ ରୋଗୀ

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮,୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯,୭୦,୪୯୨ ରେ ବା ପାଖାପାଖି ୩୦ ଲକ୍ଷ ପହଞ୍ଚିଛି।

ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି। ଫଳସ୍ଵରୂପ ସକ୍ରିୟ ରୋଗୀ ୮,୧୫,୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି।

ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି । ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୩.୩ ଥିବା ବେଳେ ଆମ ଦେଶରେ ଆଜି ଏହା ୧.୭୫ ପ୍ରତିଶତରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସୁସ୍ଥ ହେଲେ 457 କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 457 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 118 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ଼ରୁ 53, କଟକରୁ 44, ସୁନ୍ଦରଗଡ଼ରୁ 38, ଖୋର୍ଦ୍ଧାରୁ 32, ଗଜପତିରୁ 22, ଯାଜପୁରରୁ 20, ନୂଆପଡ଼ାରୁ 18, ବାଲେଶ୍ବରରୁ 17, ମୟୂରଭଂଜରୁ 15 ଏବଂ ଅନୁଗୁଳ ଓ କୋରାପୁଟରୁ 11 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ 9 ଲେଖାଏଁ, କେନ୍ଦୁଝରରୁ 7, ଝାରସୁଗୁଡାରୁ 6, ବୌଦ୍ଧରୁ 5, ଦେବଗଡ଼ ଜିଲ୍ଲାରୁ 4 ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର, ପୁରୀ, ରାୟଗଡ଼ାରୁ 2 ଜଣ ଲେଖାଏଁ ଏବଂ ଭଦ୍ରକ,ଢେଙ୍କାନାଳ,ଜଗତସିଂହପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 12 ହଜାର 910କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।