ଆଜି ରାଜ୍ୟରେ ସୁସ୍ଥ ହେଲେ 457 କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 20, 2020, 7:47 pm IST

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 457 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 118 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ଼ରୁ 53, କଟକରୁ 44, ସୁନ୍ଦରଗଡ଼ରୁ 38, ଖୋର୍ଦ୍ଧାରୁ 32, ଗଜପତିରୁ 22, ଯାଜପୁରରୁ 20, ନୂଆପଡ଼ାରୁ 18, ବାଲେଶ୍ବରରୁ 17, ମୟୂରଭଂଜରୁ 15 ଏବଂ ଅନୁଗୁଳ ଓ କୋରାପୁଟରୁ 11 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ 9 ଲେଖାଏଁ, କେନ୍ଦୁଝରରୁ 7, ଝାରସୁଗୁଡାରୁ 6, ବୌଦ୍ଧରୁ 5, ଦେବଗଡ଼ ଜିଲ୍ଲାରୁ 4 ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର, ପୁରୀ, ରାୟଗଡ଼ାରୁ 2 ଜଣ ଲେଖାଏଁ ଏବଂ ଭଦ୍ରକ,ଢେଙ୍କାନାଳ,ଜଗତସିଂହପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 12 ହଜାର 910କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related posts