Categories
ଆଜିର ଖବର ଜାତୀୟ ଖବର

ଭାରତରେ ୨୦ ନୂଆ କରୋନା ଷ୍ଟ୍ରେନ୍‌, ଦୁଇ ବର୍ଷର ଶିଶୁଠାରେ ବି ମିଳିଲା ଲକ୍ଷଣ

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଦେଇଥିବା କରୋନାର ନୂତନ ଷ୍ଟ୍ରେନ ଭାରତରେ ଚିନ୍ତା ବଢାଇଲାଣି। ବିଗତ ଦୁଇ ଦିନ ମଧ୍ୟରେ ଭାରତରୁ ନୂତନ ଷ୍ଟ୍ରେନର ୨୦ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢାଇଛି। ଦେଶର ମେଟ୍ରୋ ପଲିଟାନ ସହର ମାନଙ୍କରେ ଏହି ଭାଇରସର ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି। ମଙ୍ଗଳବାର ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଆଉ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁକେ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂତନ ଷ୍ଟ୍ରେନ ଆକ୍ରାନ୍ତ ଭାରତରୁ ଚିହ୍ନଟ ହେଉଥିବା ବେଳେ ଏହା ଏବେ ଚିନ୍ତା ବଢାଇଛି।

ଉତ୍ତରପ୍ରଦେଶର ମେରଠଠାରେ ଏକ ଦୁଇ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ବ୍ରିଟେନ୍‌ରୁ ଫେରିଥିବା ଏହି ପରିବାର ଲୋକେ ମଧ୍ୟ କରୋନାରେ ସଂକ୍ରମିତ। ବ୍ରିଟେନ୍‌ରୁ ଫେରିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ତେବେ ମାତାପିତାଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିନାହିଁ।

ବିଗତ ଏକ ମାସ ମଧ୍ୟରେ ୟୁକେରୁ ୩୩ ହଜାର ଲୋକ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଏହି ଷ୍ଟ୍ରେନ ଆଗାମୀ ସମୟରେ ଭୟଙ୍କର ପରସ୍ଥିତି ସୃଷ୍ଟି କରିବାର ଆକଳନ କରାଯାଉଛି। ଦିଲ୍ଲୀରେ ସର୍ବାଧିକ ୮ ଜଣ ନୂତନ ଷ୍ଟ୍ରେନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଙ୍ଗାଲୁରୁରେ ୭ ଜଣ ନୂତନ ଷ୍ଟ୍ରେନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶକୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ କରୋନାର ଟିକା ଏହି ନୂତନ ଷ୍ଟ୍ରେନ ଉପରେ ପ୍ରଭାବୀ ହେବ ବୋଲି ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ ବିଜୟ ରାଘବନ ସୂଚନା ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଷ୍ଟ୍ରେନ୍‌ : ଦେଶରେ 6 ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ଚିହ୍ନଟ

ନୂଆଦିଲ୍ଲୀ: ନୂଆବର୍ଷ ଆସିବା ପୂର୍ବରୁ ଭାରତରେ କରୋନାକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଭାରତରେ କରୋନା ଭାଇରସର ନୂଆଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଦେଶରେ 6 ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ବ୍ରିଟେନ୍‌ ଫେରନ୍ତାଙ୍କଠାରେ ଏହି ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଏହି ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । 6 ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରେ ବେଙ୍ଗାଲୁରୁ ତିନିଜଣ ରହିଥିବାବେଳେ ହାଇଦ୍ରାବାଦରୁ 2 ଜଣ ଓ ପୁଣରେ ଜଣେ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର 25ରୁ ଡିସେମ୍ବର 23 ମଧ୍ୟରେ ୟୁକେରୁ ପ୍ରାୟ 33 ହଜାର ଲୋକ ବ୍ରିଟେନରୁ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ଟେଷ୍ଟ କରାଯାଇଛି । ଏହି ସମସ୍ତଙ୍କୁ ମଧ୍ୟରୁ ମୋଟ୍‌ 114ଜଣ କରୋନା ପଜିଟିଭ୍‌ ମିଳିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌କୁ ଦେଖି ଭାରତ ନେଲା ପଦକ୍ଷେପ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ :  ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ପଦକ୍ଷେପ ଗ୍ରହଣ କରିଛି । ବ୍ରିଟେନ୍‌ରେ କରୋନାର ନୂଆଷ୍ଟ୍ରେନ୍‌ ଦେଖିବାକୁ ମିଳିବା ପରେ ସେଠାକାରେ ସ୍ଥିତି ଏବେ ସଙ୍ଗୀନ ରହିଛି । ୟୁରୋପୀୟ ଦେଶମାନେ ବ୍ରିଟେନ୍‌କୁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ବ୍ରିଟେନ୍‌ ରୁ ଆସୁଥିବା ବିମାନ ଉପରେ ସାମୟିକ ରୂପେ ବନ୍ଦ କରିଛନ୍ତି ।   ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍‌କୁ ବିମାନସେବା ବନ୍ଦ କରିଛି ଭାରତ । 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା ଏମ୍‌ସିଏ । ଏହି କଟକଣା ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂତନ ସଂକ୍ରମଣ ରୂପକୁ ଦେଖି ୟୁରୋପୀୟ ଦେଶମାନେ ବ୍ରିଟେନରୁ ଆସୁଥିବା ବିମାନ ସେବା ବନ୍ଦ କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଭାରତ ମଧ୍ୟ ଏନେଇ ପଦକ୍ଷେପ ଗ୍ରହଣ ପୂର୍ବକ ବ୍ରିଟେନ୍‌କୁ ବିମାନ ଉଡାଣ ବନ୍ଦ ରଖିବାକୁ ଦାବି କରିଥିଲେ ।(ଏଜେନ୍ସି)