ପଞ୍ଜାବ : ପଞ୍ଜାବରେ ଏନ୍ଆରଆଇ ଓ ତବଲିଗ୍ ଜମାତ ପରେ ଶିଖ୍ ତୀର୍ଥଯାତ୍ରୀମାନେ କରୋନା ଭାଇରସ ଶିକାର ହେଉଛନ୍ତି । ରାଜ୍ୟରେ ଗୁରୁବାର ଆସିଥିବା ସୂଚନା ଅନୁସାରେ 167ଟି ମାମଲା ଆସିଥିବାବେଳେ ଏଥିରୁ 148ଜଣ ଶିଖ୍ ତୀର୍ଥଯାତ୍ରୀ ରହିଛନ୍ତି । ଯେଉଁମାନେ ମହାରାଷ୍ଟ୍ରର ନାନ୍ଦୋଡ୍ରୁ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ତୀର୍ଥଯାତ୍ରୀମାନେ ଅପ୍ରେଲ 26 ତାରିଖ ପୂର୍ବରୁ ପଞ୍ଜାବ ଫେରିଥିଲେ । ତୀର୍ଥଯାତ୍ରୀମାନେ ନିଜ ବାହନରେ ପଞ୍ଜାବ ଫେରିଥିଲେ । ଏହି ସଂକ୍ରମିତ ତୀର୍ଥଯାତ୍ରୀଙ୍କ ମଧ୍ୟରେ 76ଜଣ ଅମୃତସରରୁ ରହିଥିବାବେଳେ 38 ଜଣ ଲୁଧିଆନା ଓ 10 ଜଣ ମହୋଲୀର ରହିଛନ୍ତି । ଗତ ତିନି ଦିନରେ ମୋଟ୍ 3500 ଜଣ ତୀର୍ଥଯାତ୍ରୀ ନାନ୍ଦେଡରୁ ପଞ୍ଜାବକୁ ଫେରିଛନ୍ତି । ନାନ୍ଦେଡରେ ରହିଥିବା ହଜୁର୍ ସାହିବ ଗୁରୁଦ୍ବାରରେ ପ୍ରାୟ 3700 ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ ବୋଲି ସୂଚନା ରହିଥିଲା । ରାଜ୍ୟସରକାର ଏହି ତୀର୍ଥଯାତ୍ରୀଙ୍କ ଫେରାଇ ଆଣିବା ପାଇଁ 80ଟି ବସ୍ ପଠାଯାଇଥିଲା । 200ରୁ ଅଧିକ ସଂଖ୍ୟକ ନିଜ ନିଜ ଗାଡିରେ ପଞ୍ଜାବ ଫେରିଥିବାର ମଧ୍ୟ ସୂଚନା ରହିଛି । ସ୍ବାସ୍ଥ୍ୟ ବିଭାଗ ଏବେ ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିବାକୁ ବ୍ୟବସ୍ଥା କରୁଛି ।
ଅପରପକ୍ଷରେ ନାନ୍ଦେଡ ଜିଲ୍ଲାପାଳ କରିଛନ୍ତି ଯେ, ସମସ୍ତ ତୀର୍ଥଯାତ୍ରୀ ଗତ ଏକ ମାସ ଧରି ଗୁରୁଦ୍ବାରରେ ରହିଥିଲେ । ନିୟମିତ ରୂପେ ସେମାନଙ୍କର ଯାଞ୍ଚ ହେଉଥିଲା । କିନ୍ତୁ କାହା ପାଖରୁ କୌଣସି ଲକ୍ଷଣ ମିଳିନଥିଲା। ସମସ୍ତ ତୀର୍ଥଯାତ୍ରୀଙ୍କୁ ପଞ୍ଜାବ ସରକାରଙ୍କ ବସ୍ ଦ୍ବାରା ପଠାଯାଇଥିଲା । ମହାରାଷ୍ଟ୍ରସ ରକାର ମଧ୍ୟ 4ଟି ବସ୍ ଯୋଗେ ତୀର୍ଥଯାତ୍ରୀଙ୍କୁ ପଠାଇଥିଲେ । ପଞ୍ଜାବରୁ ଫେରିଥିବା ମହାରାଷ୍ଟ୍ରର ଚାରି ଡ୍ରାଇଭରଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ତେବେ ଗୁରୁଦ୍ବାରକୁ ସିଲ୍କରି ଦିଆଯାଇଛି ।