ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି ହୋଇଛି । ଟ୍ରାଭେଲ୍ ହିଷ୍ଟ୍ରିରୁ 146 ନମ୍ବର ଆକ୍ରାନ୍ତଙ୍କ ହିଷ୍ଟ୍ରି ଚିନ୍ତା ବଢାଇଛି । 146 ନମ୍ବର ଆକ୍ରାନ୍ତ ଟ୍ରେନ୍ରେ କୋଲକାତାରୁ ଫେରିଥିଲେ । ଜେକେ ରୋଡ୍ ଷ୍ଟେସନରେ ଓହ୍ଲାଇ ଭଡା ଗାଡ଼ିରେ ଆସିଥିଲେ । ଆଉ 11 ଜଣଙ୍କ ସହ ଯାଜପୁର ଟାଉନ୍ ଆସିଥିଲେ । ଯାଜପୁର ଟାଉନ୍ରୁ ଚାଲି ଚାଲି ଦଶରଥପୁର ନିଜ ଘରକୁ ଯାଇଥିଲେ । ମାର୍ଚ୍ଚ 22ରେ ଘରେ ପହଞ୍ଚି ଲକ୍ ଡାଉନ୍ ଯାଏଁ ଘରେ ଥିଲେ । ଘରେ ରହିବା ସମୟ ମଧ୍ୟରେ ବିଭିନ୍ନ ଦୋକାନ ଯାଇଥିଲେ । ମାର୍ଚ୍ଚ 25ରୁ ଏପ୍ରିଲ୍ 5 ଯାଲଁ ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ । ଟ୍ରାଭେଲ୍ ହିଷ୍ଟ୍ରିକୁ ଦେଖି ସାମ୍ପଲ୍ ସଂଗ୍ରହ ହୋଇଥିଲା । ମେ 1ରେ ସାମ୍ପଲ ଟେଷ୍ଟ ପଜିଟିଭ୍ ଆସିବା ପରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
155 ନମ୍ବର ଆକ୍ରାନ୍ତ କୋଲକାତାରୁ କୁଆଖିଆ ଯାଏଁ ଭଡାଗାଡ଼ିରେ ଆସିଥିଲେ । ନ୍ୟୁଜ ପେପର୍ ନେଇ ଯାଉଥିବା ଗାଡ଼ିରେ ନିଜ ଘର ପର୍ଯ୍ୟନ୍ତ ଯାଇଥିଲେ । ମାର୍ଚ୍ଚ 31ରେ ପହଞ୍ଚି ବରୀ ସିଏଚ୍ସିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ । ଘରେ ରହିବା ଭିତରେ ଜଣଙ୍କ ଏକଦଶାହ ଭୋଜି ଖାଇଥିଲେ । ଗାଁ ଡିଲରଙ୍କ ପାଖକୁ ଯାଇ ପିଡିଏସ୍ ଚାଉଳ ଆଣିଥିଲେ । ବିଭିନ୍ନ ସମୟରେ ଗାଁ ବଜାର ଓ ବନ୍ଧୁ ଘର ବୁଲିଥିଲେ । ଟ୍ରାଭେଲ୍ ହିଷ୍ଟ୍ରିକୁ ନେଇ ମେ 2 ତାରିଖରେ ସାମ୍ପଲ୍ ସଂଗ୍ରହ ହୋଇଥିଲା । ସାମ୍ପଲ୍ ପଜିଟିଭ୍ ଆସିବା ପରେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସେହିପରି 156 ଓ 158 ଆକ୍ରାନ୍ତ ମଧ୍ୟ ବେଶ୍ ଚିନ୍ତା ବଢାଇଛନ୍ତି । 156 ନମ୍ବର ଆକ୍ରାନ୍ତ କୋଲାକତାରୁ ଅନ୍ୟ 5 ଜଣଙ୍କ ସହ ଭଡା ଗାଡ଼ିରେ ଆସିଥିଲେ । ମାର୍ଚ୍ଚ 29ରୁ ମେ 2 ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ଏପ୍ରିଲ୍ 14ରେ ବାଇକ୍ରେ ସାଙ୍ଗ ସହ ଜାରକାସ୍ଥିତ ଚକ୍ଷୁ ଚିକିତ୍ସାଳୟ ଯାଇଥିଲେ। ଟ୍ରାଭେଲ୍ ହିଷ୍ଟ୍ରି ନେଇ ମେ’ 2ରେ ସାମ୍ପଲ୍ ସଂଗ୍ରହ ହୋଇଥିଲା । ସାମ୍ପଲ୍ ପଜିଟିଭ୍ ଆସିବା ପରେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୁରଟ୍ ଫେରନ୍ତା 158 ନମ୍ବର ଆକ୍ରାନ୍ତ ସେଠାରେ 5 ଜଣଙ୍କ ସହ ରହୁଥିଲେ। ସେମାନେ ବସ୍ରେ ସମୁଦାୟ 56 ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଧରାକୋଟରେ ପହଞ୍ଚିବା ମେ’ 2 ଯାଏଁ ସରକାରୀ କ୍ବାରେଣ୍ଟିନ୍ରେ ଥିଲେ । ମେ’ 2ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ଆସିବା ପରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।