Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ, ଖୋର୍ଦ୍ଧା ଦ୍ବିତୀୟ ଥିବା ବେଳେ କଟକରେ ମଧ୍ୟ ବଢିଲା ସଂଖ୍ୟା

ଭୁବନେଶ୍ବର, ଆଜି ରାଜ୍ୟରୁ ମିଳିଥିବା କରୋନା ପଜେଟିଭି ସଂଖ୍ୟା ଦେଖିଲେ ସୁନ୍ଦରଗଡରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ମୋଟ 1 ହଜାର 9 ଶହ 22 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 1510 ଏବଂ କଟକରୁ 1052 ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1. Angul: 560

2. Balasore: 260

3. Bargarh: 428

4. Bhadrak: 83

5. Balangir: 437

6. Boudh: 178

7. Cuttack: 1052

8. Deogarh: 115

9. Dhenkanal: 177

10. Gajapati: 105

11. Ganjam: 341

12. Jagatsinghpur:

134 13. Jajpur: 302

14. Jharsuguda: 421

15. Kalahandi: 402

16. Kandhamal: 92

17. Kendrapada: 145

18. Keonjhar: 231

19. Khurda: 1510

20. Koraput: 122

21. Malkangiri: 70

22. Mayurbhanj: 175

23. Nawarangpur: 419

24. Nayagarh: 204

25. Nuapada: 286

26. Puri: 454

27. Rayagada: 138

28. Sambalpur: 533

29. Sonepur: 210

30. Sundargarh: 1922

31. State Pool: 301

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ସକ୍ରିୟ, ଆରୋଗ୍ୟଙ୍କ ସଂଖ୍ୟା ୨୬ ଲକ୍ଷ

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୂଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୫ ମାସ ମଧ୍ୟରେ ମୋଟ ସଂକ୍ରମିତଙ୍କ ତିନି ଚତୁର୍ଥାଂଶ କରୋନାରୁ ସୁସ୍ଥ ହୋଇଥିବା ବେଳେ କେବଳ ଏକ ଚତୁର୍ଥାଂଶ ସଂକ୍ରମିତ ଏବେ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି ।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ (ଗୁରୁତର ଓ ଜଟିଳ ଲକ୍ଷଣଯୁକ୍ତ) ଓ ଘରୋଇ ଏକାନ୍ତବାସ (ସାଧାରଣ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ) ମୁକ୍ତ ହେଉଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି ୨୬ ଲକ୍ଷରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୧୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ଦେଶରେ ହାରାହାରି ଆରୋଗ୍ୟ ହାର ଶତକଡା ୭୬.୨୮ରେ ପହଞ୍ଚିଛି ।

ମୋଟ ସଂକ୍ରମିତଙ୍କ ତୁଳନାରେ ୩.୫ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି, ଯାହାଫଳରେ ମୋଟ ସଂକ୍ରମିତଙ୍କ ତୁଳନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର ୨୧.୯୦ ରହିଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ୧୮ ଲକ୍ଷ ଟପି ବର୍ତ୍ତମାନ ୧୮ଲକ୍ଷ ୪୧ ହଜାର୯୨୫ରେ ଆଜି ପହଞ୍ଚିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରେନା ଅପଡେଟ୍‌ : 10 ହଜାର ଟପିଲା ମୃତକଙ୍କ ସଂଖ୍ୟା

କରୋନା ଭାଇରସରେ ଏବେ ବିଶ୍ବ ଥରହର। ସାରା ବିଶ୍ବରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ଦଶହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଛନ୍ତି। ଏହି ଭାଇରସ୍‌ ଯୋଗୁଁ ମୃତ୍ୟୁ ସଂଖ୍ୟା 10, 041ରେ ପହଞ୍ଚିଥିବାବେଳେ ଇଟାଲୀରେ ସବୁଠୁ ଅଧିକ 3405 ଜଣଙ୍କର ମୃତ୍ୟୁ ହୋଇଛି। ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ 245,749 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 88,441 ଜଣ । ସେହିପରି ଏହି ରୋଗ 180ଟି ଦେଶକୁ ବ୍ୟାପିଛି। ପାକିସ୍ତାନରେ ଏହି ରୋଗରେ 454 ଜଣ ଆକ୍ରାନ୍ତ ହୋଇଥିବାବେଳେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି ସେହିପରି ଆମେରିକାରେ 217 ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବାବେଳେ 14,340 ଜଣ ଆକ୍ରାନ୍ତ ହୋଇଛନ୍ତି।

ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର ଓ ଭୟକୁ ଦୂର କରି ଏହି ରୋଗଠାରୁ ସତର୍କ ରୁହନ୍ତୁ। ସତର୍କତା ଓ ସଚେତନତା ହିଁ ଏହି ରୋଗ କବଳରୁ ଆମକୁ ଦୂରେଇ ରଖିପାରିବ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :