କରେନା ଅପଡେଟ୍‌ : 10 ହଜାର ଟପିଲା ମୃତକଙ୍କ ସଂଖ୍ୟା

Published: Mar 20, 2020, 11:10 am IST

କରୋନା ଭାଇରସରେ ଏବେ ବିଶ୍ବ ଥରହର। ସାରା ବିଶ୍ବରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ଦଶହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଛନ୍ତି। ଏହି ଭାଇରସ୍‌ ଯୋଗୁଁ ମୃତ୍ୟୁ ସଂଖ୍ୟା 10, 041ରେ ପହଞ୍ଚିଥିବାବେଳେ ଇଟାଲୀରେ ସବୁଠୁ ଅଧିକ 3405 ଜଣଙ୍କର ମୃତ୍ୟୁ ହୋଇଛି। ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ 245,749 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 88,441 ଜଣ । ସେହିପରି ଏହି ରୋଗ 180ଟି ଦେଶକୁ ବ୍ୟାପିଛି। ପାକିସ୍ତାନରେ ଏହି ରୋଗରେ 454 ଜଣ ଆକ୍ରାନ୍ତ ହୋଇଥିବାବେଳେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି ସେହିପରି ଆମେରିକାରେ 217 ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବାବେଳେ 14,340 ଜଣ ଆକ୍ରାନ୍ତ ହୋଇଛନ୍ତି।

ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର ଓ ଭୟକୁ ଦୂର କରି ଏହି ରୋଗଠାରୁ ସତର୍କ ରୁହନ୍ତୁ। ସତର୍କତା ଓ ସଚେତନତା ହିଁ ଏହି ରୋଗ କବଳରୁ ଆମକୁ ଦୂରେଇ ରଖିପାରିବ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

 

Related posts