Categories
ଜାତୀୟ ଖବର ବିଶେଷ ଖବର

ଭଲ ଖବର: ଆଜି ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଏହା ଏକ ବଡ ରେକର୍ଡ

ନୂଆଦିଲ୍ଲୀ, କ୍ରମାଗତ ଭାବେ ଦେଶରେ ସୁସ୍ଥତା ହାରରେ ବୃଦ୍ଧି ଘଟିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨୯,୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ରେ ପହଞ୍ଚିଛି। ଏହାଫଳରେ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ପାର୍ଥକ୍ୟ ସଂଖ୍ୟାରେ ବୃଦ୍ଧି ପାଇଁ ବର୍ତ୍ତମାନ ଏହା ୩,୫୬,୪୩୯ ପହଞ୍ଚିଛି।

କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶିତା ଯୋଗୁଁ ଏହା ସମ୍ଭବ ହୋଇଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇଛି। ଏହାଛଡା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ ପରାମର୍ଶ, ଯୁଗ୍ମ ତଦାରଖ ଦଳ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଷାରଦ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ, ଆଇସିଏମଆର ଓ ଏନସିଡିସିର ସମନ୍ଵୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ବିଶେଷଜ୍ଞ ଥିବା କେନ୍ଦ୍ରୀୟ ଦଳ ପଠାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏମ୍ସ ପକ୍ଷରୁ ବିଭିନ୍ନ ରାଜ୍ୟର କୋଭିଡ ହସ୍ପିଟାଲଗୁଡିକରେ ଥିବା ଚିକିତ୍ସକମାନଙ୍କୁ ଟେଲି ଯୋଗାଯୋଗ ଜରିଆରେ ପରାମର୍ଶ ଦିଆଯାଉଛି। ଏଭଳି ସମନ୍ଵିତ ପଦକ୍ଷେପ ଯୋଗୁଁ ମୃତ୍ୟୁ ହାର ଖୁବ କମ ରହିଛି। ଏହା ୨.୪୧ ପ୍ରତିଶତ ଥିବା ବେଳେ କ୍ରମଶଃ ଦ୍ରୁତ ହ୍ରାସ ପାଉଛି। ଏହାଫଳରେ ପ୍ରକୃତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ୪,୨୬,୧୬୭ ଜଣ ସକ୍ରିୟ ରୋଗୀ ଅଛନ୍ତି।