Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରାୟ 16 ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି 70 ପ୍ରତିଶତ,ମୃତ୍ୟୁହାର 2 ପ୍ରତିଶତ ଖସିଲା

ନୂଆଦିଲ୍ଲୀ, ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା 70ରେ ପହଞ୍ଚିଛି। ଅଧିକରୁ  ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା 15,83,489ରେ ପହଞ୍ଚିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 47,746 ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା 6,39,929 ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର 28.21 ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି । ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା  9.5 ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ ଓ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଦକ୍ଷ କ୍ଲିନିକାଲ ଚିକିତ୍ସା, ଗୁଣାତ୍ମକ ସେବା ଓ ସମୟାନୁଯାୟୀ ଚିକିତ୍ସା ଯୋଗୁଁ କୋଭିଡ-19 ପରିଚାଳନାରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇଛି, ଫଳରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଆଜି ଏହା 2 ପ୍ରତିଶତରୁ ହ୍ରାସ ପାଇଁ 1.99 ପ୍ରତିଶତରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 51,706 ଜଣ ହେଲେ ସୁସ୍ଥ, ଆରୋଗ୍ୟ ହାର 67.19 ପ୍ରତିଶତ ଛୁଇଁଲା

ନୂଆଦିଲ୍ଲୀ, ଗତ 24 ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ 51,706 ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତର ସର୍ବାଧିକ 67.19 ପ୍ରତିଶତରେ ପହଞ୍ଚିଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ 12,82,215 ଜଣ ସୁସ୍ଥ ହୋଇଛନ୍ତି ଯାହାକି ସକ୍ରିୟ ମାମଲାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ। ରୋଗୀମାନଙ୍କ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି।

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ପାଥେୟ କରିବାରୁ ଏହି ଆକାଂକ୍ଷିତ ଫଳ ମିଳିପାରିଛି। ଦ୍ରୁତ ନମୁନା ପରୀକ୍ଷା, ହସ୍ପିଟାଲ ଭିତ୍ତିଭୂମିର ବିକାଶ ଯୋଗୁଁ ସୁସ୍ଥତା ହାର ଗତ 14 ଦିନ ମଧ୍ୟରେ ଶତକଡା 63 ରୁ 67କୁ ବୃଦ୍ଧି ପାଇଛି। ସୁସ୍ଥତା ହାରରେ ନିୟମିତ ଉନ୍ନତି ଯୋଗୁଁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ପାଖାପାଖି 7 ଲକ୍ଷରେ ପହଞ୍ଚିଛି। ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା 5,86,244କୁ ଖସି ଆସିଛି ଓ ସେମାନେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି।

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ଵୟ ଯୋଗୁଁ ମୃତ୍ୟୁ ହାର ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ କମ ରହିଛି ଯାହା ବର୍ତ୍ତମାନ 2.09ରେ ପହଞ୍ଚିଛି ।