ପ୍ରାୟ 16 ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି 70 ପ୍ରତିଶତ,ମୃତ୍ୟୁହାର 2 ପ୍ରତିଶତ ଖସିଲା

Published: Aug 12, 2020, 6:10 am IST

ନୂଆଦିଲ୍ଲୀ, ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା 70ରେ ପହଞ୍ଚିଛି। ଅଧିକରୁ  ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା 15,83,489ରେ ପହଞ୍ଚିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 47,746 ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା 6,39,929 ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର 28.21 ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି । ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା  9.5 ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ ଓ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଦକ୍ଷ କ୍ଲିନିକାଲ ଚିକିତ୍ସା, ଗୁଣାତ୍ମକ ସେବା ଓ ସମୟାନୁଯାୟୀ ଚିକିତ୍ସା ଯୋଗୁଁ କୋଭିଡ-19 ପରିଚାଳନାରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇଛି, ଫଳରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଆଜି ଏହା 2 ପ୍ରତିଶତରୁ ହ୍ରାସ ପାଇଁ 1.99 ପ୍ରତିଶତରେ ପହଞ୍ଚିଛି ।

Related posts