Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ19 ମୁକାବିଲା ନିମନ୍ତେ ନୂଆ ପ୍ରଶିକ୍ଷିତଙ୍କ ପାଇଁ ହସ୍‌ପିଟାଲରେ ଆରମ୍ଭ ହେଲା ମକ୍ ଡ୍ରିଲ

କୋଭିଡ୍‌ ହସ୍‌ପିଟାଲ୍‌ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍‌ ଡି୍ରଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜସ୍ଥିତ ଜିଲ୍ଲା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍‌ପିଟାଲ୍‌ଠାରେ ୨ଟି ମକ୍‌ ଡି୍ରଲ୍‌ ଅନୁଷ୍ଠିତ ହୋଇଛି।

ଏହି ଡ୍ରିଲ୍‌ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଏହିଭଳି ମକ୍‌ ଡ୍ରିଲ୍‌ କରିବା ନିମନ୍ତେ ଯୋଜନା କରାଯାଉଛି।

ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ସଂକ୍ରମଣ ପ୍ରତିରୋଧ ପାଇଁ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ର ବ୍ୟବହାର, ହସ୍‌ ପିଟାଲ୍‌ ବର୍ଜ୍ୟବସ୍ତୁର
ପରିଚାଳନା ସଂପର୍କରେ ବିଶେଷ ତାଲିମ ଦିଆଯାଇଥିଲା । ପାରାମେଡିକ୍ସ, ଆଞ୍ଚୁଲାନ୍ସ ଚାଳକ, ରୋଗୀମାନଙ୍କୁ ସେବା କରୁଥିବା ସହାୟକ ଏବଂ ଚିକିତ୍ସା ସେବା ସହ ସଂ ପୃକ୍ତ ସମସ୍ତଙ୍କ ଭୂମିକା ସଂପର୍କରେ ମକ୍‌ ଡ୍ରିଲ୍‌ କରାଯାଇଥିଲା।

ଆଇଡ଼ି ହସ୍‌ପିଟାଲ୍‌ର ୮ ଜଣ ଡାକ୍ତର, ମେଡିକାଲ ଅଫିସର, ଆୟୁଷ ଚିକିତ୍ସକ ଏବଂ ପ୍ରାୟ ୧୫ ଜଣ ଷ୍ଟାଫ୍‌ ନର୍ସଙ୍କ ସହ ସହାୟତା କରୁଥିବା କର୍ମଚାରୀ ଏବଂ ଆଞ୍ଚୁଲାନ୍ସ ଦଳ ମକ୍‌ ଡ୍ରିଲ୍‌ରେ ଭାଗ ନେଇଥିଲେ।  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳକଣ୍ଠ ମିଶ୍ର ଏବଂ ପୁରୀର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ବିନୟ କୁମାର ଦାସ ଏହି ମକ୍‌ଡ୍ରିଲ୍‌ରେ ଉପସ୍ଥିତ ଥିଲେ।