Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

ଦୀପାବଳି ପାଳନ ସମୟରେ କେବଳ ସବୁଜ ବାଣ ବ୍ୟବହାରକୁ ଅନୁମତି ଦିଆଯାଇଥିବା ବେଳେ ବେରିୟମ୍ ନାଇଟ୍ରେଟ୍ ଥିବା ରାସାୟନିକ ବାଣ ବ୍ୟବହାରକୁ ନିଷିଦ୍ଧ କରାଯାଇଛି।
ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ଯେ ବେରିୟମ୍ ନାଇଟ୍ରେଟ୍ ଥିବା ବାଣକୁ ନିଷିଦ୍ଧ କରିବା ଆଦେଶ ପ୍ରତ୍ୟେକ ରାଜ୍ୟକୁ ବାନ୍ଧି ରଖିଛି ଏବଂ ଏହା କେବଳ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୀମିତ ନୁହେଁ।

ଗାଇଡଲାଇନ ଅନୁଯାୟୀ, ଦୀପାବଳି ଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଲୋକେ ବାଣ ଫୁଟାଇପାରିବେ। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ। ଜିଲ୍ଲା ପ୍ରଶାସନ ଗାଇଡଲାଇନ ପାଳନକୁ ସୁନିଶ୍ଚିତ କରିବ।

ଉଲ୍ଲଂଘନ ରୋକିବା ପାଇଁ ପ୍ରଶାସନ ସ୍କ୍ୱାଡ୍ ଗଠନ କରିବ। ବାଣରୁ ବାହାରୁଥିବା ଶବ୍ଦକୁ ମାପିବା ପାଇଁ ବୋର୍ଡର ସଦସ୍ୟମାନେ ସ୍କ୍ୱାଡରେ ସାମିଲ ହେବେ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

Categories
Diwali2021 ଆଜିର ଖବର ରାଜ୍ୟ ଖବର

ପୋଲିସର ବଡ ଧରଣର ଚଢାଉ, ଲକ୍ଷଲକ୍ଷ ଟଙ୍କାର ବାଣ ଜବତ

ରାଉରକେଲା: ଆଜି ପବିତ୍ର ଦୀପାବଳି। ଏହିଦିନ ଖୁସିରେ ସମସ୍ତେ ବାଣ ଫୁଟାଇଥାନ୍ତି। ହେଲେ କରୋନା କଟକଣା ତଥା ପରିବେଷ ପ୍ରଦୂଷଣ ପାଇଁ ବାଣ ଫୁଟା ନିଷିଧ କରାଯାଇଛି। ଫଳରେ ବାଣ ବେପାର କରି ରୋଜଗାର କରୁଥିବା ଶହଶହ ବେପାରୀ ହତାଶ ହୋଇପଡିଛି। କଟକଣ ସତ୍ବେ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ଚାଲିଛି।

ଦୀପାବଳି ପାଇଁ ଚୋରାରେ ବାଣ ବିକ୍ରୀ କରୁଥିବା ବେପାରୀଙ୍କୁ ଚଢାଉ କରି ରାଉରକେଲା ପୋଲିସ ଲକ୍ଷଲକ୍ଷ ଟଙ୍କାର ବାଣ ଜବତ କରିଛି। ଦୁଇ ଦିନ ଧରି ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ବିଶେଷ କରି ଉଦିତନଗର, ବତରଂଗ, ପ୍ଲାଣ୍ଟସାଇଟ ପୋଲିସ ଅଞ୍ଚଳରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି।