Categories
ଆଜିର ଖବର

ନବୀନଙ୍କ ମେନ୍‌ ଇଞ୍ଜିନ୍‌ ଟାର୍ଗେଟ୍‌ : ମେ ୨୩ରେ ହେବ ଲାଇନ୍‌ଚ୍ୟୁତ ହେବ ମେନ୍‌ ଇଞ୍ଜିନ୍‌

ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ନବୀନ।  ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ଡବଲ୍‌ ଇଞ୍ଜିନ୍‌କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ପ୍ରଚାର ସମୟରେ ସବୁବେଳେ ଡବଲ ଇଞ୍ଜିନର କଥା କହୁଛନ୍ତି। ତେବେ ଓଡିଶାର ଇଞ୍ଜିନ କିଏ ବୋଲି ପ୍ରଶ୍ନ କରିବା ସହିତ ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି କହିଛନ୍ତି ନବୀନ। ବିଜେପିର ଡବଲ୍‌ ଇଞ୍ଜିନରୁ ୫ଟି ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଛି, ଆଉ ଆସନ୍ତା ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ୍‌ ମଧ୍ୟ ଲାଇନ୍‌ଚ୍ୟୁତ ହୋଇଯିବ ବୋଲି କଟାକ୍ଷ କରିଛନ୍ତି ନବୀନ। ନିର୍ବାଚନ ଆସିଲେ, କେନ୍ଦ୍ରରେ ଥିବା ବିଜେପି ନେତାମାନେ ଓଡିଶାକୁ ଆସୁଛନ୍ତି। ଗରିବଙ୍କ କଥା ଏବେ ମନେ ପଡୁଛି ବୋଲି ନବୀନ କହିଛନ୍ତି।

Categories
ଆଜିର ଖବର

ମୋଦୀ ଲହରୀକୁ ଡରି ୱାୟନାଡ ଗଲେ ରାହୁଲ: ଅମିତ ଶାହା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟନାବାଜି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। କଂଗ୍ରେସ ଏହି ଘୋଷଣା ପରେ ଅମିତ ଶାହା କହିଛନ୍ତି ଯେ ମୋଦୀ ଲହରୀରେ ଡରିଯାଇଛନ୍ତି ରାହୁଲ। ସେଥିପାଇଁ  କେରଳରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାହୁଲଙ୍କ ୱାୟନାଡରୁ ଲଢିବାକୁ ନେଇ କଂଗ୍ରେସର ଘୋଷଣାକୁ ମହାମେଣ୍ଟରେ ଥିବା ସିପିଆଇ ମଧ୍ୟ ବିରୋଧ କରିଛି। ସିପିଆଇର ବରିଷ୍ଠ ନେତା ପ୍ରକାଶ କାରାତ କହିଛନ୍ତି ଯେ କଂଗ୍ରେସ, ବିଜେପି ସହ ନଲଢି ସିପିଆଇ ସହ ଲଢିବାକୁ ଯାଉଛି ଯାହାକୁ ଆମେ ଦୃଢ ବିରୋଧ କରିବୁ। ଉତ୍ତର ପ୍ରଦେଶର ନଗୀନାରେ ଜନସଭାକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।

Categories
ଆଜିର ଖବର

ଜେଜେମାଙ୍କ ପରି ନାକ ରହିଲେ କ୍ଷମତା ମିଳିନଥାଏ : ମନସୁଖ୍‌ ମାଣ୍ଡବ୍ୟ

ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିରେ ଯୋଗଦେବା ପରେ ତାଙ୍କୁ ନେଇ ବିଜେପି ପ୍ରାୟ ସମୟରେ ଆକ୍ଷେପ କରି ଆସୁଛି । କେତେବେଳେ ତାଙ୍କ ଚେହେରାକୁ ନେଇ ତ କେତେବେଳେ ତାଙ୍କ ପାେଷାକ ତଥା ରଣନୀତିକୁ ନେଇ ତେବେ ନିକଟରେ କେନ୍ଦ୍ରମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ଚେହେରାର ସାମଞ୍ଜସ୍ୟକୁ ନେଇ ଆକ୍ରମଣ କରିଛନ୍ତି । । ନିଜ ଜେଜେମାଙ୍କ ଭଳି ବୈଶିଷ୍ଟ୍ୟ ରହିଲେ ଜେଜେମାଙ୍କ ପରି କ୍ଷମତାର ଅଧିକାରୀ ହେବା ସମ୍ଭବ ନୁହେଁ ବାେଲି କହିଛନ୍ତି ମାଣ୍ଡବ୍ୟ । ଗୁଜରାଟର ଆନନ୍ଦରେ ଦଳର ବିଜୟ ସଙ୍କଳ୍ପ କାର୍ଯ୍ୟକ୍ରମରେ ମାଣ୍ଡବ୍ୟ କହିଛନ୍ତି, ଯଦି ସମାନ ବୈଶିଷ୍ଟ୍ୟ ଦ୍ବାରା କ୍ଷମତା ମିଳି ପାରୁଥାନ୍ତା ତେବେ ଚୀନ୍‌ରେ ପ୍ରତ୍ୟେକ ଘରେ ଜଣେ ଲେଖାଏଁ ରାଷ୍ଟ୍ରପତି ବାହାରୁଥାନ୍ତେ । ପୂର୍ବରୁ ଅନେକ କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ତୁଳନା କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ପ୍ରିୟଙ୍କା କହିଛନ୍ତି ଯେ,  ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସହ ତାଙ୍କୁ ତୁଳନା ଏଥିପାଇଁ କରାଯାଏ, ଯେ, ତାଙ୍କୁ ସାଧାରଣ ବହୁତ ପସନ୍ଦ କରିଥାନ୍ତି ।  ପ୍ରିୟଙ୍କା କଂଗ୍ରେସର ମହାସଚିବ ପଦରେ ଅବସ୍ଥାପିତ  ଥିବାବେଳେ ୟୁପିର ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ବରେ ରହିଛନ୍ତି ।   ଗତ ମାସରେ ବିଜେପି ସାଂସଦ ହରିଶ ଦ୍ବିବେଦୀ ମଧ୍ୟ ପ୍ରିୟଙ୍କାଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ରମଣ କରିଥିଲେ । ଶ୍ରୀ ଦ୍ବିବେଦୀ କହିଥିଲେ ଯେ, ଭଦ୍ର ଦିଲ୍ଳୀରେ ଜିନ୍ସ ପିନ୍ଧୁଥିବା ବେଳେ ନିର୍ବାଚନୀ ପ୍ରଚାର ନିମନ୍ତେ ଶାଢୀ ପିନ୍ଧନ୍ତି ।