Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ ସମୟରେ ନୂଆ ଅଭିଯାନ ଆରମ୍ଭ କଲା ସିଆରପିଏଫ୍‌, ଘରେ ଘରେ ପହଞ୍ଚାଇଲା ରାସନ ସାମଗ୍ରୀ

ଜମ୍ମୁ : କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳ (ସିଆରପିଏଫ୍‌) ଆଜି କାଶ୍ମୀର ଘାଟିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ଶ୍ରୀନଗରରେ ହେଲ୍ପ ଲାଇନ୍‌ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ଜିନିଷ ସହିତ ରାସନ ସାମଗ୍ରୀ ପହଞ୍ଚାଇବେ ।

ପ୍ରତ୍ୟେକ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ଘରେ ପହଞ୍ଚାଇବା ପାଇଁ ସିଆରପିଏଫ୍‌ ତରଫରୁ ଏକ ହେଲ୍ପ ଲାଇନ ଜାରି ହୋଇଛି । 14411 ବା 9469793260 ଜରିଆରେ କଲ୍‌ କଲେ ଘର ନିକଟରେ ସାମଗ୍ରୀ ପାଇପାରିବେ ।  ସିଆରପିଏଫ୍‌ର ରାଜେଶ କୁମାରଙ୍କ କହିବାନୁସାରେ ଲକ୍‌ଡାଉନ୍ ଆରମ୍ଭ ହେଲା ପରଠାରୁ ଲୋକାଲ୍‌ ୟୁନିଟ୍‌କୁ ବହୁତ ସାରା କଲ୍‌ ଆସୁଛି । ୟୁନିଟ୍‌ ନିଜେ ଗରିବ ଲୋକଙ୍କ ନିକଟକୁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି । କିନ୍ତୁ ଏବେ ଏହି ଦାବି ବଢିବାର ସମସ୍ତ ସିଷ୍ଟମକୁ ଏକତ୍ର କରି ଏକ ହେଲପ ଲାଇନ୍‌ ସହିତ ଯୋଡାଯାଇଛି ।

ଆଜିଠାରୁ ଏହି ଅଭିଯାନ ଆରମ୍ଭ କରାଯାଇଥିବାର ଜଣାଯାଇଛି । ସିଆରପିଏଫ୍‌ର ଫିଲ୍ଡ ୟୁନିଟସ୍‌ଙ୍କ ପାଇଁ 2000 ରାସନ ପ୍ୟାକେଟ୍‌  ରହିଛି । ଯେଉଁଥିରେ ଚାଉଳ, ଅଟା, ଚିନି, ଦୁଧ, ତେଲ, ସାବୁନ୍‌ ଆଦି ସାମଗ୍ରୀ ରହିଛି । ପ୍ରତ୍ୟେକ ଦିନ ୟୁନିଟ୍‌ ତରଫରୁ ଗରିବ ଲୋକଙ୍କୁ ଏହି ପ୍ୟାକେଟ୍‌ ପ୍ରଦାନ କରାଯିବ । (ଏଜେନ୍ସି)