ଜମ୍ମୁ କଶ୍ମୀରର ଉଧମପୁର ଇଲାକାରେ ଜଣେ ଯବାନଙ୍କ ଗୁଳିରେ ତିନି ସାଥୀ ଯବାନ ପ୍ରାଣ ହରାଇଛନ୍ତି । ସାଥୀଙ୍କ ସହିତ ବଚସା ହେବାରୁ କନେଷ୍ଟବଳ ଅଜିତ୍ କୁମାର ନିଜର ତିନି ସାଥୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତିନି ଜଣ ସାଥୀଙ୍କୁ ଗୁଳି କରିବା ପରେ କୁମାର ନିଜକୁ ଗୁଳି କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ କୁମାରଙ୍କୁ ମିଲିଟାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ନିହତ ହାେଇଥିବା ତିନି ଯବାନ ହେଉଛନ୍ତି ରାଜସ୍ଥାନର ପୋକାରମାଲ ଆର୍, ଦିଲ୍ଲୀର ଯୋଗେନ୍ଦ୍ର ଶର୍ମା ଏବଂ ହରିୟାଣାର ଉମେଦ ସିଂ । ଘଟଣାସ୍ଥଳରେ ସିଆରପିଏଫ୍ର ବରିଷ୍ଠ ଅଧିକାରୀ ଏବଂ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Categories
ତିନି ସାଥୀଙ୍କୁ ହତ୍ୟା କଲେ ଯବାନ
