Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ଅଭିଲେଖାଗାର ଦ୍ବାରା ଆୟୋଜିତ ‘ସଂସ୍କୃତି ଚର୍ଚ୍ଚା’ ପୁସ୍ତକ ଭାବେ ହେଲା ଲୋକାର୍ପିତ

ଭୁବନେଶ୍ବର,ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ‘ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ମନ୍ତ୍ରୀ ଜ୍ୟୋତୀ ପ୍ରକାଶ ପାଣିଗ୍ରାହୀ ଓ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକା ର୍ପିତ ହୋଇଥିଲା। ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଦତ୍ତ ବକ୍ତବ୍ୟ ସନ୍ନିବିଷ୍ଟ ଏହି ସଂକଳନ ଛାତ୍ରଛାତ୍ରୀ,ବିଦ୍ୱାନ, ଗବେଷକ ଓ ସଚେତନ ସଂସ୍କୃତି ପ୍ରେମୀମାନଙ୍କ ଦ୍ୱାରା ଆଦୃତ ହେବ ବୋଲି  ଆଶା କରାଯାଇଛି।

ଓଡିଶାର ସଂସ୍କୃତି ଉପରେ ରାଜ୍ୟ ଅଭିଲେଖାଗାର ତରଫରୁ ପ୍ରତିମାସରେ ବିଭିନ୍ନ ଗବେଷକଙ୍କୁ ନେଇ ଏହି ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଗବେଷକମାନେ ଯୋଗଦେଇ ସେମାନେ ଓଡିଶାର ସଂସ୍କୃତି ଉପରେ ଆଲୋଚନା କରିଆସୁଛନ୍ତି। ସେସବୁ ବକ୍ତବ୍ୟକୁ ସଂକଳନ କରାଯାଇ ପୁସ୍ତକ ଭାବେ ପ୍ରକାଶିତ କରାଯାଇଛି।