Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲଙ୍କ ସନ୍ଦେହକୁ ନେଇ ଝଡ଼

ନୂଆଦିଲ୍ଲୀ : ଆଜି ବସିଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି।

କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଗି ଯାଇ ଟ୍ବିଟ୍ କରିଛନ୍ତି। ସିବଲ ଟ୍ୱିଟ କରି ଲେଖିଛନ୍ତି ଯେ, ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ। ରାଜସ୍ଥାନ ହାଇକୋର୍ଟରେ ଦଳକୁ ସଫଳତା ଦେଲୁ । ମଣିପୁରରେ ବିଜେପି ବିରୋଧୀରେ ଲଢି ଦଳକୁ ବଞ୍ଚାଇଲୁ । ଗତ 30 ବର୍ଷ ଧରି ବିଜେପି ପକ୍ଷରେ ଗୋଟିଏ ବି ବୟାନ ଦେଇନଥିବାର କହିଛନ୍ତି ସିବଲ୍‌ । ଏତେ ପରେ ବି ଆମ ଉପରେ ବିଜେପି ସହିତ ମିଶିଥିବାର ଅଭିଯୋଗ ଲଗାଯାଉଛି ।

ରାହୁଲଙ୍କ ଏପରି ମନ୍ତବ୍ୟରେ କେବଳ କପିଲ୍‌ ଶିବଲ୍‌ ନୁହଁନ୍ତି କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ନେତା  ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, ଯଦି ସେ କୌଣସି ପ୍ରକାରେ ବିଜେପିରେ ମିଶିଥିବାର ଜଣାପଡେ ତେବେ ଦଳରୁ ତୁରନ୍ତ ଇସ୍ତଫା ଦେବେ।

ସୂଚନାଯୋଗ୍ୟ, ଗତକାଲି ସୋନିଆ ଗାନ୍ଧିଙ୍କୁ 23 ଜଣ ବରିଷ୍ଠ ନେତାମାନେ ଚିଠି ଲେଖିଥିଲେ । ଏହି ପତ୍ରରେ ତୃଣମୂଳ ସ୍ତରରେ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରାଯାଇଥିଲା । ଅପରପକ୍ଷରେ ଆଜି ଅନୁଷ୍ଠିତ ହେଉଥିବା ଭର୍ଚୁଆଲ ବୈଠକରେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ କଂଗ୍ରେସର ବହୁ ନେତା ତଥା ମନମୋହନ ସିଂହ ଓ ଏ.କେ ଆଣ୍ଟୋନୀ ପଦରେ ରହିବାକୁ ଅନୁରୋଧ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି : ସୋନିଆ ଗାନ୍ଧି

୨୦୧୪ ନିର୍ବାଚନ ପରଠାରୁ ରାଜନୀତଠାରୁ ଦୂରରେ ରହୁଥିବା ପୂର୍ବତନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚଳିତ ନିର୍ବାଚନ ନ ଲଢିବାକୁ  ନେଇ ଚର୍ଚ୍ଚା ଲାଗି ରହିଥିଲା। ଶୁଣିବାକୁ ମିଳିଥିଲା ଯେ, ଚଳିତ ଥର ସୋନିଆଙ୍କ ରୟବରେଲୀ ଆସନରୁ ତାଙ୍କ ପୁତ୍ରୀ ପ୍ରିୟଙ୍କା ନିର୍ବାଚନ ଲଢିବେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାକୁ ପଛ କରି ସୋନିଆ ଗାନ୍ଧି ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆଜି ଅହମଦାବାଦଠାରେ ଅନୁଷ୍ଠିତ ଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି।  ମୋଦି ନିଜକୁ ପୀଡ଼ିତ କହୁଥିବାବେଳେ ସାଧାରଣ ଜନତା ଏଠି ପୀଡ଼ିତ ହୋଇଛନ୍ତି। ଦେଶବାସୀ ମୋଦିଙ୍କ ଖରାପ ରାଜନୀତିର କୁପରିଣାମ ଭୋଗିବାକୁ ବାଧ୍ୟ ହେଉଛନ୍ତି।” ଦେଶର ସ୍ୱାର୍ଥ ତଥା ଜାତୀୟ ସୁରକ୍ଷାକୁ ନେଇ ମୋଦି ରାଜନୀତି କରୁଥିବାରୁ ସୋନିଆ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେହିପରି ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଯୁକ୍ତି, କୃଷି ଓ ଦର ନିୟନ୍ତ୍ରଣକୁ ନେଇ ଏନଡିଏକୁ ସମାଲୋଚନା କରିଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ପୁଲୱାମା ସହିଦଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।