ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି : ସୋନିଆ ଗାନ୍ଧି

Published: Mar 12, 2019, 5:12 pm IST

୨୦୧୪ ନିର୍ବାଚନ ପରଠାରୁ ରାଜନୀତଠାରୁ ଦୂରରେ ରହୁଥିବା ପୂର୍ବତନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚଳିତ ନିର୍ବାଚନ ନ ଲଢିବାକୁ  ନେଇ ଚର୍ଚ୍ଚା ଲାଗି ରହିଥିଲା। ଶୁଣିବାକୁ ମିଳିଥିଲା ଯେ, ଚଳିତ ଥର ସୋନିଆଙ୍କ ରୟବରେଲୀ ଆସନରୁ ତାଙ୍କ ପୁତ୍ରୀ ପ୍ରିୟଙ୍କା ନିର୍ବାଚନ ଲଢିବେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାକୁ ପଛ କରି ସୋନିଆ ଗାନ୍ଧି ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆଜି ଅହମଦାବାଦଠାରେ ଅନୁଷ୍ଠିତ ଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି।  ମୋଦି ନିଜକୁ ପୀଡ଼ିତ କହୁଥିବାବେଳେ ସାଧାରଣ ଜନତା ଏଠି ପୀଡ଼ିତ ହୋଇଛନ୍ତି। ଦେଶବାସୀ ମୋଦିଙ୍କ ଖରାପ ରାଜନୀତିର କୁପରିଣାମ ଭୋଗିବାକୁ ବାଧ୍ୟ ହେଉଛନ୍ତି।” ଦେଶର ସ୍ୱାର୍ଥ ତଥା ଜାତୀୟ ସୁରକ୍ଷାକୁ ନେଇ ମୋଦି ରାଜନୀତି କରୁଥିବାରୁ ସୋନିଆ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେହିପରି ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଯୁକ୍ତି, କୃଷି ଓ ଦର ନିୟନ୍ତ୍ରଣକୁ ନେଇ ଏନଡିଏକୁ ସମାଲୋଚନା କରିଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ପୁଲୱାମା ସହିଦଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

Related posts