Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ସାବଧାନ: ଫେସବୁକ୍ ମେସଞ୍ଜରରେ ମେସେଜ ପଠାଇ ସାଇବର ଅପରାଧୀଙ୍କ ଅଭିନବ ଠକେଇ

ଭୁବନେଶ୍ବର: ସାଇବର ଅପରାଧୀଙ୍କ ଦିନକୁ ଦିନ ଅପରାଧର ତରିକା ବଦଳିବାରେ ଲାଗିଛି। କେତେବେଳେ ସେମାନେ କେଉଁ ମାଧ୍ୟମରେ ଅପରାଧ କରୁଛନ୍ତି ତାହା ଜ୍ଞାନୀ ଶିକ୍ଷିତ ଲୋକଙ୍କୁ ମଧ୍ୟ ଜାଣିବା କଷ୍ଟକର ହୋଇପଡିଛି। ନିକଟରେ ସେହିପରି ଏକ ନୂଆ ତରିକାରେ ସାଇବର ଅପରାଧୀ ବିଭିନ୍ନ ଲୋକଙ୍କୁ ଠକିଥିବାର ନଜରକୁ ଆସିଛି।

ଘଟଣାରୁ ଜଣାପଡିଛି ଯେ, ସାଇବର ଅପରାଧୀମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେସବୁକ ମେସେଞ୍ଜରକୁ ହାକ କରି ନେଉଛନ୍ତି। ସେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମେସେଞ୍ଜର ମାଧ୍ୟମରେ ସେମାନେ ତାଙ୍କର ପରିଚିତ ବ୍ୟକ୍ତିମାନଙ୍କୁ ମେସେଜ ପଠାଉଛନ୍ତି। ସେଥିରେ ସେମାନେ ପ୍ରଥମେ ଆପଣଙ୍କ ମୋବାଇଲ ନମ୍ବରଟି ଦିଅନ୍ତୁ ବୋଲି ଉଲ୍ଲେଖ କରୁଛନ୍ତି।

ଯେହେତୁ ସେହି ପ୍ରତିଷ୍ଠତ ବ୍ୟକ୍ତି ଜଣଙ୍କ ଆପଣଙ୍କ ପରିଚିତ, ତେଣୁ କାଳେ ସେ ଫୋନ ନମ୍ବର ହଜାଇ ଦେଇଥିବେ ଭାବି ଆପଣ ତାଙ୍କୁ ନମ୍ବର ପ୍ରଦାନ କରିବେ। ଏହାପରେ ସେହି ମେସେଞ୍ଜରରୁ ମେସେଜ ଆସିବ ଯେ, ମୋର ଜଣେ ବନ୍ଧୁ ସିଆରପିଏଫ ରେ ଚାକିରୀ କରୁଛନ୍ତି। ତାଙ୍କର ବିହାରକୁ ବଦଳି ହୋଇଯାଇଛି। ସେଥିପାଇଁ ତାଙ୍କର ବହୁ ଦାମିକା ଆସବାବ ପତ୍ରକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି। ଆପଣଙ୍କ ନମ୍ବରରେ ସେହି ବ୍ୟକ୍ତିଙ୍କୁ ଦେଉଛି ଏବଂ ଆପଣଙ୍କୁ ମଧ୍ୟ ତାଙ୍କ ନମ୍ବର ଦେଉଛି।

ଏହାପରେ ଆପଣଙ୍କ ହ୍ବାଟସପକୁ ବହୁ ଦାମୀକା ଆସବାବ ପତ୍ରର ଫଟୋ ଆସିବ। ଯାହାକୁ ଦେଖିଲେ ଆପଣ ଚମକି ପଡିବେ। ଏହାର ମୂଲ୍ୟ ଆପଣ ହିସାବ କଲେ ତାହା 10 ଲକ୍ଷ ଟଙ୍କାରୁ ଅଧିକ ହେବ ସିନା କମ ହେବ ନାହିଁ। ହେଲେ ଠକ ଏହାକୁ ଦୁଇ ଲକ୍ଷରେ ଦେଇ ଦେବ ବୋଲି କହିବ।

ଲୋଭରେ ଆପଣ ଜିନିଷ କେଉଁଠି ଅଛି ବୋଲି ପଚାରିଲେ ତାହା ସିଆରପିଏଫ କ୍ୟାମ୍ପସ ଭିତରେ ଅଛି। ସିଆରପିଏଫ ଅଫିସରୁ ଅନୁମତି ନେଇ ଏହି କ୍ୟାମ୍ପସ ଭିତରୁ ଗାଡିରେ ଜିନିଷ ଲଦି ବାହାରକୁ ବାହର କରାଯିବ। ଆପଣ ଗେଟ ଆଗରେ ଆସି ଅପେକ୍ଷା କରିବା ପରେ ମୋତେ କହିଲେ ଗାଡିରେ ଲଦି ଜିନିଷ କାଢିବି।

ଏହାପରେ ଆପଣଙ୍କୁ ଠକ ଲକ୍ଷେ ଟଙ୍କା ଫୋନ ପେ କରିବାକୁ ଅନୁରୋଧ କରିବ। ଯେହେତୁ ଠକଟି ଆପଣଙ୍କ ଘନିଷ୍ଠ ବନ୍ଧୁଙ୍କ ମେସେଞ୍ଜରରୁ ଆପଣଙ୍କ ପାଖକୁ ମେସେଜ ପଠାଇଛି, ସେଥିରେ ଆପଣ ବିଶ୍ବାସ କରି ସେହି ନମ୍ବରରେ ପେମେଣ୍ଟ କରି ସିଆରପିଏଫ ଗେଟ ସାମନାକୁ ଯିବେ।

ହେଲେ ଆପଣ ତାହା ପ୍ରଦାନ କରିବା ପରେ ସେ ନମ୍ବର ସୁଇଚ ଅପ୍ ହୋଇଯିବ। ଆଉ ତାହାର କୌଣସି ଖୋଜ ଖବର ମିଳିବ ନାହିଁ। ଏହିପରି ଏକ ଘଟଣା ବର୍ତ୍ତମାନ ପଦାକୁ ଆସିବା ପରେ ସାଇବର ଥାନାରେ ସଂପୃକ୍ତ ବ୍ୟକ୍ତି ଅଭିଯୋଗ କରିଥିବାର ଜଣାପଡିଛି।

( ଏହି ଘଟଣାଟି ଭୁବନେଶ୍ବରରେ ଘଟିଛି। ହେଲେ ସେମାନେ ଉଭୟ ଓଡିଶାର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ତାଙ୍କର ନାମ ଠିକଣା ପ୍ରକାଶ କରିପାରୁ ନାହୁଁ।)

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସାଇବର ଠକାମୀ ରୋକିବାକୁ ନିଆଯିବ ଏହି ପଦକ୍ଷେପ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ, ଏଡିଜି, କ୍ରାଇମ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ସହଯୋଗରେ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର‌୍ୟ୍ୟକ୍ରମର ସଫଳତା ନିମନ୍ତେ ଯଥା ଶୀଘ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏଥି ନେଇ ବ୍ୟାପକ ସଚେତନତା ଅପରିହାର‌୍ୟ୍ୟ ବୋଲି ସେ ପ୍ରକାଶ କରିଥିଲେ। ପ୍ରଚାର ଅଭିଯାନ ଦିନ ଗୁଡିକରେ ପ୍ରତ୍ୟେହ ମୋବାଇଲ ଯୋଗେ ସାଇବର ସଚେତନତା ବାର୍ତ୍ତା ପ୍ରେରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସାଇବର ସଚେତନତା ଅଭାବରୁ ବରିଷ୍ଠ ନାଗରିକ, ମହିଳା ,ସାଧାରଣ ଲୋକ ବିଶେଷ କରି ଆର୍ଥିକ ଠକେଇର ଶିକାର ହେଉଛନ୍ତି , ଧନ ଜୀବନ ପ୍ରଭାବିତ ହେଉଛି ବୋଲିଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂ ପ୍ରକାଶ କରିଥିଲେ।

ସେପ୍ଚେମ୍ବର ୩୦ରୁ ଅକ୍ଟୋବର୧୫ପର‌୍ୟ୍ୟନ୍ତ ସାଇବର ସଚେତନତାକୁ ବ୍ୟାପକ କରିବା ସଂପର୍କରେ ଏଡିଜି, କ୍ରାଇମ୍ ଶ୍ରୀ ବୋଥ୍ରା ବ୍ୟାପକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଯୋଜନା ଅନୁସାରେ ଅକ୍ଟୋବର ୩୦ ରେ ଭୁବନେଶ୍ୱରୁ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ। ଅକ୍ଟୋବର ୨ ତାରିଖରୁ ପ୍ରତି ଜିଲ୍ଲା ସଦରମହକୁମାରେ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯିବ।

୩୪ଟି ରଥ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ପଂଚାୟତ ଆଦି ଭ୍ରମଣ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ମିଶନ ଶକ୍ତି ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା, ଉପଖଣ୍ଡ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ନିର୍ବାଚିତ ଜନ ପ୍ରତିନିଧି, ବିଧାୟକ, ସ୍ୱେଚ୍ଛାସେବୀ ସଂଗଠନ,ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ସାମିଲ କରାଯିବ। ଏହି ପରିପ୍ରେକ୍ଷୀରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମନ୍ତେ କୁଇଜ୍ ପ୍ରତିଯୋଗିତା, କ୍ଷୁଦ୍ର ନାଟକ, ପଦଯାତ୍ରା, ଗଣଦୈଡ, ସାଇକେଲ ଯାତ୍ରା , ପ୍ରାଚୀର ପେଣ୍ଟିଂ, ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ।

ଏହି କାର‌୍ୟ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ସାଇବର ଅପରାଧକୁ ରୋକିବା ଏବଂ ତଥ୍ୟର ସୁରକ୍ଷା ସଂପର୍କରେ ବୈଷୟିକ ଜ୍ଞାନ ଥିବା ସଂସ୍ଥା ତଥା ବିଶେଷଜ୍ଞମାନଙ୍କ ସହଯୋଗ ନିଆଯିବ। ଏଟିଏମ୍ ଜନିତ ଠକେଇ, ଇଣ୍ଟରେନେଟ୍ ର ସଠିକ୍ ବ୍ୟବହାର, ସୁରକ୍ଷିତ ଆର୍ଥିକ କାରବାର, ଫେସ୍ ବୁକ୍, ୟୁ ଟୁବ୍ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଅପରାଧିକ କାର‌୍ୟ୍ୟକଳାପକୁ ରୋକିବା ଆଦି ବିବିଧ ସାଇବର ଠକେଇ ଓ ଅପରାଧ ସଂପର୍କରେ ସଚେତନ କରାଯିବ।

ତତ୍ ସହିତ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ନିଯୁକ୍ତି ଆଶାୟୀମାନେ ଯେପରି ବିଭିନ୍ନ ପ୍ରକାର ଗୁଜବ ଏବଂ ଠକାମିର ଶିକାର ନହୁଅନ୍ତି, ସେଥିପ୍ରତି ସଚେତନ ହେବା ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Categories
ଅପରାଧ ବିଶେଷ ଖବର

ବ୍ୟାଙ୍କ ଗ୍ରାହକଙ୍କୁ କଲବଲ କଲେଣି ସାଇବର ଠକ, ଗତ ବର୍ଷ ଚଳୁ କଲେ ପ୍ରାୟ ୮ କୋଟି ୬ ଲକ୍ଷ ଟଙ୍କା

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ବର୍ତ୍ତମାନ ଭୟ କଲେଣି। କାରଣ ଏହି ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଠକିବାରେ ଲାଗିଛନ୍ତି। ଫଳରେ ନା ଗ୍ରାହକ ନା ସାଇବର ଆର୍ମି ତାହାର ଖୋଜ ଖବର ପାଇପାରୁଛନ୍ତି।

ବର୍ତ୍ତମାନ ହିସାବ ଅନୁସାରେ ଏଇ ୨୦୨୧ ମସିହାରେ ସାଇବର ଠକଙ୍କ ଦୋରାତ୍ମା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଏମାନେ ଭୁବନେଶ୍ବରରୁ ପ୍ରାୟ ୬୭୧୯ ଜଣଙ୍କୁ ଚୁନ ଲଗାଇଥିବାର ଜଣାପଡିଛି। ପୋଲିସ ରେକର୍ଡ ଅନୁସାରେ ୨୦୨୧ ମସିହାରେ ଏହି ସାଇବର ଠକମାନେ  ମୋଟ ୮ କୋଟି ୬ ଲକ୍ଷ ୬୮ ହଜାର ୮୪୯ ଟଙ୍କା ଠକିଛନ୍ତି।

ହିସାବ ଅନୁସାରେ ଏହି ଠକମାନେ ମାର୍ଚ୍ଚ ମାସରେ ସର୍ବାଧିକ ଠକେଇ କରିଥିବାର ଜଣାପଡିଛି। ଏହି ମାସରେ ସେମାନେ ପ୍ରାୟ ୮୪ ଲକ୍ଷ ଟଙ୍କା ଠକିଛନ୍ତି। ସେହିପରି ଗତ ଜୁନ ମାସରେ ଏମାନେ ପ୍ରାୟ ୮୩ ଲକ୍ଷ ଟଙ୍କା ଠକିଥିବାର ଜଣାପଡିଛି। କେବଳ ଫେବୃୟାରୀ ମାସରେ ସେମାନେ କମ ଠକିଛନ୍ତି। ଏହି ମାସରେ ସେମାନେ ଠକିଥିବା ପରିମାଣ ହେଉଛି ପ୍ରାୟ ୫୧ ଲକ୍ଷ ଟଙ୍କା।

ଏହି ଠକମାନେ ପ୍ରତ୍ୟେକ ଦିନ ପ୍ରାୟ ଶହେରୁ ଦୁଇ ଶହ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଠକମାନେ ପ୍ରାୟ ୨୦ ଜଣଙ୍କୁ ଠକିବାରେ ସଫଳ ହୋଇଥାନ୍ତି। ଫଳରେ ଏମାନେ ଦୈନିକ ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କା ଠକିଥାନ୍ତି ବୋଲି ହିସାବ କରାଯାଇଛି। ଗତ ଡିସେମ୍ବର ମାସରେ ଏହି ଠକମାନେ ୬୦ ଲକ୍ଷ ୬୯ ହଜାର ଟଙ୍କା ଲୁଟିଥିବାର ଜଣାପଡିଛି।

ଗତ ଜାନୁୟାରୀ ମାସରେ ରାଜ୍ୟରେ ସର୍ବାଧିକ ସାଇବର ଠକେଇ ମାମଲା ଋଜୁ ହୋଇଛି। ଏହି ମାସରେ ୧୨୦୭ଟି ସାଇବର ମାମଲା ଋଜୁ କରାଯାଇଛି। ସେହି ମାସରେ ଠକମାନେ ମୋଟ ୫୨ ଲକ୍ଷ ୧୬ ହଜାର ଠକି ନେଇଥିଲେ। ଏମାନଙ୍କ ଠକର ପଦ୍ଧତିରୁ ଜଣାପଡିଛି ଯେ, ୟୁପିଆଇ ମାଧ୍ୟମରେ ଏମାନେ ଅଧିକ ଠକୁଛନ୍ତି। ଅନ୍ୟପକ୍ଷରେ କ୍ରେଡିଟ କାର୍ଡ, ଡେବିଡ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କି ଠକର ପରିମାଣ କମ ରହିଛି।

ତେବେ ସବୁଠାରୁ ଚକିତ କରିବା ତଥ୍ୟ ହେଉଛି ଏହି ଠକମାନେ ଗାଁଗହଳି ଅପେକ୍ଷା ସହରଞ୍ଚାଳ ଗ୍ରାହକଙ୍କୁ ଅଧିକ ଚାର୍ଗେଟ କରିଥାନ୍ତି। ହିସାବ ଅନୁସାରେ ଗତ ମାସରେ ରାଜ୍ୟରେ ମୋଟ ୪୧୪ ଟି ସାଇବର ମାମଲା ଋଜୁ କରାଯାଇଥିଲା। ତେବେ ସେଥି ମଧ୍ୟରୁ କେବଳ ଭୁବନେଶ୍ବରରେ ୨୧୩ଟି ମାମଲା ରହିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟିମ୍ ମଲ କୁ ସାଇବର ହ୍ୟାକରଙ୍କ ଚ୍ୟାଲେଞ୍ଜ, ଆମେ ଚାହିଁଲେ ଡାଟା ଚୋରୀ କରିଦେବୁ, କର୍ତ୍ତୁପକ୍ଷଙ୍କ ଖଣ୍ଡନ

ନୂଆଦିଲ୍ଲୀ, ଅନଲାଇନ୍ ଗୁପ୍ତଚର ସଂସ୍ଥା ସାଇବଲ୍ ରବିବାର ଦିନ କହିଛି ଯେ ପେଟିଏମ୍ ମଲର ସମସ୍ତ ଡାଟାବେସରେ ସେମାନେ ପ୍ରବେଶ କରିପାରିବେ। ଏପରିକି ଡାଟା ବେସକୁ ମଧ୍ୟ ଚୋରୀ କରିପାରିବେ। ବର୍ତ୍ତମାନ ସେମାନେ ପେଟିମର ଆଡମିନର ଦ୍ବାର ଦେଶରେ ପହଁଚି ସାରିଲେଣି। ଆଉ କିଛିଦିନ ପରେ ପୁରା ଭିତରକୁ ପ୍ରବେଶ କରିପାରିବୁ ବୋଲି ଏହି ସଂସ୍ଥା ଦାବୀ କରିଛି। ତେବେ ଇ-କମର୍ସ ପ୍ଲାଟଫର୍ମ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପେଟିଏମ୍ ମଲ୍ ମୁଖପାତ୍ର କିନ୍ତୁ କହିଛନ୍ତି ଯେ ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସମସ୍ତ ଉପଭୋକ୍ତା ତଥା କମ୍ପାନୀ ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ ଅଟେ। ଏକ ସମ୍ଭାବ୍ୟ ହ୍ୟାକ୍ ଏବଂ ଡାଟା ଉଲ୍ଲଂଘନ ଦାବିକୁ ଆମେ ଲକ୍ଷ୍ୟ କରିଛୁ ଏବଂ ଅନୁସନ୍ଧାନ କରିଛୁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବିବୃତ୍ତିରେ କୁହାଯାଇଛି।

2019 ରେ, ପେଟିଏମ୍ ସେମାନଙ୍କ ପୂର୍ବତନ କର୍ମଚାରୀଙ୍କ କାରଣରୁ ଏକ ଠକେଇର ସମ୍ମୁଖୀନ ହୋଇଥିଲା।