Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଏହି ମହିଳାଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ପାକ୍‌ ପ୍ରଧାନମନ୍ତ୍ରୀ

କରାଚୀ/ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ପାକ୍‌ ଟିଭି ଆଙ୍କର ଅଲୀ ସଲିମ୍‌/ ବେଗମ ନଓ୍ବାଜିସ୍‌ । ଆମେରିକୀୟ ବ୍ଲଗର୍‌ ସିନ୍ଥିଆ ଡନ୍‌ ରିଚିଙ୍କ ସହିତ ଇମ୍ରାନ୍‌ ଶାରିରୀକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ବୋଲି ସଲିମ୍‌ ଅଭିଯୋଗ କରିଛନ୍ତି । ସିନ୍ଥିଆ ତାଙ୍କୁ ଏହା ଜଣାଇଥିବା ନେଇ ସଲିମ୍‌ ପ୍ରକାଶ କରିଛନ୍ତି । ଉଭୟ ଇମ୍ରାନ୍‌ ଏବଂ ସିନ୍ଥିଆ ପୂର୍ବରୁ ଘନିଷ୍ଠ ଥିଲେ ଏବଂ ଇମ୍ରାନ୍‌ ସିନ୍ଥିଆଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବାର ପ୍ରୟାସ କରୁଥିଲେ ବୋଲି ଅଲୀ ସଲିମ୍‌ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ ବ୍ଲଗର୍‌ ସିନ୍ଥିଆ ଡନ୍‌ ରିଚି ଗତକାଲି ନିଜ ଫେସ୍‌ବୁକ୍‌ ଲାଇଭ୍‌ରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପାକିସ୍ତାନର ରାଷ୍ଟ୍ରପତି ଭବନରେ ଗୃହମନ୍ତ୍ରୀ ରହମାନ୍‌ ମଲିକ୍‌ ତାଙ୍କର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସିନ୍ଥିଆ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍‌ ରାଜା ଗିଲାନୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଖ୍‌ଦୁନ୍‌ ଶାହବୁଦ୍ଦିନ୍‌ ତାଙ୍କ ଅସଦାଚରଣ କରିଥିବାର ଅଭିଯୋଗ ଆଣିଥିଲେ ସିନ୍ଥିଆ ।