Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା(ଡିଆର)ର ଅତିରିକ୍ତ କିସ୍ତି ପ୍ରଦାନ କରିବାକୁ ଅନୁମୋଦନ କରାଯାଇଛି। ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍‌ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବାବଦରେ ରାଜକୋଷ ଉପରେ ବାର୍ଷିକ ୧୨,୮୬୮.୭୨ କୋଟି ଟଙ୍କାର ମିଳିତ ବୋଝ ପଡ଼ିବ। ଏହା ଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି।

 

Categories
ଆଜିର ଖବର ରାଜ୍ୟ ଖବର

Breaking News: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ପୂଜା ଭେଟି, ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଆଜି ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି।

ଏହି ମହଙ୍ଗା ଭତ୍ତା ଅବସର କର୍ମଚାରୀଙ୍କୁ ମଧ୍ୟ ଲାଗୁ କରାଯାଇଛି। ବର୍ତ୍ତମାନ ସରକାରୀ କର୍ମଚାରୀମାନେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ନୂଆ ବୃଦ୍ଧି ଅନୁସାରେ ଏହା ବର୍ତ୍ତମାନ ୪୬ ପ୍ରତିଶତକୁ ବୃଦ୍ଧି ଘଟିଲା। ଏହା ଦ୍ବାରା ରାଜ୍ୟର ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ଉପକୃତ ହେବେ। ସେହିପରି  ୩ ଲକ୍ଷ ୫୦ ହଜାର ପେନସନ ଭୋଗୀ ଲାଭବାନ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ହୋଲି ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଉପହାର!, DA ଉପରେ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ସପ୍ତମ ବେତନ ଆୟୋଗ ଅଧୀନରେ ସରକାର DA ଏବଂ DR ବୃଦ୍ଧି କରିପାରନ୍ତି। DA ଏବଂ DR ଉପରେ ଏହି ନିଷ୍ପତ୍ତି ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ହୋଲି ପରେ ଆସିପାରେ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ପ୍ରକାଶ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ କର୍ମଚାରୀ ସରକାରୀ ଘୋଷଣାକୁ ଅପେକ୍ଷା କରିରହିଛନ୍ତି।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଡିଏକୁ 4 ପ୍ରତିଶତ ବୃଦ୍ଧି କରିପାରନ୍ତି। ଯଦି ଏହି ବୃଦ୍ଧି ଘଟେ, ତେବେ DA ଏବଂ DR ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ଏହାର ଅର୍ଥ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮ ପ୍ରତିଶତ ଅଟେ।

ମହଙ୍ଗା ଭତ୍ତାର ଶେଷ ବୃଦ୍ଧି ଅର୍ଥାତ୍ କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ଡିଆର ଜୁଲାଇ ୧ ତାରିଖ ୨୦୨୨ରୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ସମାନ ବୃଦ୍ଧି ଘଟିଥିଲା। ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ ଅଧୀନରେ କରାଯାଇଛି। କର୍ମଚାରୀମାନଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ ଏହି ଭତ୍ତା ଦିଆଯାଏ।

ହୋଲି ପରେ, ଡିଏ ବ୍ୟତୀତ କେନ୍ଦ୍ର ସରକାର କର୍ମଚାରୀଙ୍କ ମୌଳିକ ବେତନ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଇପାରେ। କେନ୍ଦ୍ର ସରକାର କର୍ମଚାରୀଙ୍କ ମୌଳିକ ବେତନକୁ ୧୮,୦୦୦ ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର: ଜାଣନ୍ତୁ ମୋଦୀ ସରକାର କ’ଣ ଘୋଷଣା କରିବାକୁ ଯାଉଛି

ନୂଆଦିଲ୍ଲୀ: ନୂତନ ବର୍ଷରେ ନିଜ କର୍ମଚାରୀଙ୍କୁ ମୋଦୀ ସରକାର ଖୁସି ଖବର ଦେଇପାରେ। ମୋଦୀ ସରକାର ବର୍ତ୍ତମାନ ଆଉ ଏକ ଭତ୍ତା ଅର୍ଥାତ୍ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ବୃଦ୍ଧି କରିପାରନ୍ତି। ନୂତନ ବର୍ଷରେ ଯେକୌଣସି ସମୟରେ ଏହାକୁ ବୃଦ୍ଧି କରିବାକୁ ସରକାର ଘୋଷଣା କରିବା ସମ୍ଭାବନା ରହିଛି। ଖବର ଅନୁଯାୟୀ, ଏହି ବୃଦ୍ଧି ଆସନ୍ତା ବର୍ଷ ଜାନୁୟାରୀରୁ କାର୍ଯ୍ୟକାରୀ ହୋଇପାରିବ। ଦିୱାଲୀ ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହା ପରେ, କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ଏହି ନୂତନ ଉପହାର ଗ୍ରହଣ କରିବାକୁ ଯାଉଛନ୍ତି।

କେନ୍ଦ୍ର ସରକାରୀ ବିଭାଗରେ ଘର ଭଡା ଭତ୍ତା ବୃଦ୍ଧି ଉପରେ ଆଲୋଚନା ଜୋରସୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) କାର୍ଯ୍ୟକାରୀ ହେବାର ଦାବି ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରିବା ଆରମ୍ଭ କରିଛି। ପ୍ରସ୍ତାବ ଅନୁମୋଦନ ପାଇଁ ଏହାକୁ ରେଳ ବୋର୍ଡକୁ ପଠାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇ 2021 ପର୍ଯ୍ୟନ୍ତ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କରୋନା ମୁକାବିଲା କାରଣରୁ ଦେଖାଦେଇଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଆସନ୍ତା ଜାନୁୟାରୀ 1,2020 ଠାରୁ ଜୁଲାଇ 2021 ପର୍ଯ୍ୟନ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ପେନ୍‌ସନ୍‌ ଧାରୀଙ୍କ ନିମନ୍ତେ ଏହି ନିୟମ ଲାଗୁ କରାଯିବ । ତେବେ ପୂର୍ବ ପ୍ରଦତ୍ତ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାସରେ 4 ପ୍ରତିଶତର ମହଙ୍ଗା ଭତ୍ତା ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ପ୍ରାୟ 27 ହଜାର କୋଟିର ଅର୍ଥ ସଞ୍ଚୟ କରାଯିବ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ଉପହାର : 5 ପ୍ରତିଶତ ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 5 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏହା ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ସମସ୍ତ କର୍ମଚାରୀଙ୍କ ବର୍ଦ୍ଧିତ ବେତନର 10 ପ୍ରତିଶତ ରାଜ୍ୟ ସରକାର ପିଛିଲା ଭାବରେ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।