କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର: ଜାଣନ୍ତୁ ମୋଦୀ ସରକାର କ’ଣ ଘୋଷଣା କରିବାକୁ ଯାଉଛି

Published: Nov 18, 2021, 11:09 am IST

ନୂଆଦିଲ୍ଲୀ: ନୂତନ ବର୍ଷରେ ନିଜ କର୍ମଚାରୀଙ୍କୁ ମୋଦୀ ସରକାର ଖୁସି ଖବର ଦେଇପାରେ। ମୋଦୀ ସରକାର ବର୍ତ୍ତମାନ ଆଉ ଏକ ଭତ୍ତା ଅର୍ଥାତ୍ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ବୃଦ୍ଧି କରିପାରନ୍ତି। ନୂତନ ବର୍ଷରେ ଯେକୌଣସି ସମୟରେ ଏହାକୁ ବୃଦ୍ଧି କରିବାକୁ ସରକାର ଘୋଷଣା କରିବା ସମ୍ଭାବନା ରହିଛି। ଖବର ଅନୁଯାୟୀ, ଏହି ବୃଦ୍ଧି ଆସନ୍ତା ବର୍ଷ ଜାନୁୟାରୀରୁ କାର୍ଯ୍ୟକାରୀ ହୋଇପାରିବ। ଦିୱାଲୀ ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହା ପରେ, କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ଏହି ନୂତନ ଉପହାର ଗ୍ରହଣ କରିବାକୁ ଯାଉଛନ୍ତି।

କେନ୍ଦ୍ର ସରକାରୀ ବିଭାଗରେ ଘର ଭଡା ଭତ୍ତା ବୃଦ୍ଧି ଉପରେ ଆଲୋଚନା ଜୋରସୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) କାର୍ଯ୍ୟକାରୀ ହେବାର ଦାବି ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରିବା ଆରମ୍ଭ କରିଛି। ପ୍ରସ୍ତାବ ଅନୁମୋଦନ ପାଇଁ ଏହାକୁ ରେଳ ବୋର୍ଡକୁ ପଠାଯାଇଛି।

Related posts