Categories
ଆଜିର ଖବର ଜାତୀୟ ଖବର

କରୋନା ଆଶଙ୍କାରେ କେହି କଲେନି ସହାୟତା : ହସ୍ପିଟାଲ ସମ୍ମୁଖରେ ପ୍ରାଣ ହରାଇଲା ଯୁବକ

ମୁମ୍ବାଇ : ସରକାରଙ୍କ ପକ୍ଷରୁ କରୋନାକୁ ନେଇ ସଚେତନତା କରାଯାଉଥିଲେ ମଧ୍ୟ ସାଧାରଣ ଲୋକ ସଚେତନ ହେବାର ନା ନେଉନାହାନ୍ତି । ମୁମ୍ବାଇର ଦାଦରରେ ଏପରି ଏକ ଘଟଣା ଘଟିଛି । ଦାଦରର ଅରବିନ୍ଦ ଯାଦବ ନାମକ ଏହି ଯୁବକ ଜଣଙ୍କୁ ଜ୍ବର ହୋଇଥିଲେ ମଧ୍ୟ କରୋନା ସନ୍ଦେହ କରି କେହିବି ହସ୍ପିଟାଲକୁ ନେଇନଥିଲେ । ଏହାପରେ ନିଜ ପ୍ରୟାସରେ ବ୍ୟକ୍ତି ଜଣକ ହସ୍ପିଟାଲ ଯାଇଥିବା ବେଳେ ହସ୍ପିଟାଲ ସମ୍ମୁଖରେ ହିଁ ପ୍ରାଣ ହରାଇଥିଲେ । ପରେ ଯୁବକଙ୍କ ନମୂନା ପରୀକ୍ଷଣରୁ ସେ କରୋନା ସଂକ୍ରମିତ ନଥିବା ଜଣାପଡିଥିଲା । (ଏଜେନ୍ସି)