Categories
ଆଜିର ଖବର

ବିଜେଡିର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ଧରିଲେ ପଦ୍ମ

ବିଜେଡିର ପୂର୍ବତନ ବରିଷ୍ଠ ନେତା ଦାମୋଦାର ରାଉତ ବିଜେପିରେ ଯୋଗଦେଲେ । ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟଠାରେ ଚାଲିଥିବା ମିଶ୍ରଣ ପର୍ବରେ ଦାମ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି । ପୂର୍ବରୁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା । ତେବେ ଦାମଙ୍କ ପୁଅ ସମ୍ବିତ ବିଜେଡ଼ି ତରଫରୁ ପାରାଦ୍ବୀପ୍‌ରୁ ଟିକେଟ୍‌ ପାଇବାକୁ ଥିବାବେଳେ ଦାମଙ୍କ ଗତିକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ନିଜ ପରିବାର ପାଇଁ ଦାମ ବିଜେଡ଼ିକୁ ନ ଫେରିଲେ ମଧ୍ୟ ପରୋକ୍ଷ ଭାବରେ ସମର୍ଥନ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦାମ ବିଜେପିରେ ଯୋଗଦେଇଛନ୍ତି । ସେ ନବୀନ ସରକାରଙ୍କ ଉପରେ ବିଷୋଦଗାର କରିବା ସହିତ ତାଙ୍କୁ ହରାଇବା ହେଉଛି ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ।