Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ଯବାନମାନଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ତିନି ନକ୍ସଲ ନିହତ

ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରୁ ତିନିଜଣ ନକ୍ସଲଙ୍କ ମୃତ୍ୟୁ ଖବର ଆସୁଛି। ପୂର୍ବରୁ ଏହି ଏନକାଉଣ୍ଟରରେ ଯବାନମାନେ ଦୁଇ ଜଣ ନକ୍ସଲଙ୍କୁ ନିହତ କରିଥିଲେ ଏବଂ ପରେ ଆଉ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଯେଉଁ କାରଣରୁ ମୃତ୍ୟୁବରଣ କରିଥିବା ନକ୍ସଲମାନଙ୍କ ସଂଖ୍ୟା ତିନିରେ ପହଞ୍ଚିଥିଲା।

ବିଜାପୁର-ଦନ୍ତେୱାଡା ସୀମାରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଅପରେସନ୍ ଚାଲିଛି। ଏହି ତିନିଟି ଜିଲ୍ଲାର ଏସପିଙ୍କ ତତ୍ତ୍ବାବଧାନରେ ଏହି ନକ୍ସଲ ବିରୋଧୀ ଅପରେସନ ଚାଲିଛି।

Categories
ଆଜିର ଖବର

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ , ବିଧାୟକ ମୃତ, ୫ ଯବାନ ସହିଦ

ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ ଧରଣର ମାଓ ଆକ୍ରମଣ ହୋଇଛି। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ମାଓ ହମଲା। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ପିଏସ୍‌ଓ ଓ ୫ଜଣ ଯବାନ ସହିଦ  ହୋଇଛନ୍ତି। ଦନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି। ଏପ୍ରିଲ୍‌ ୧୧ ତାରିଖରେ ଏଠାରେ ମତଦାନ ହେବାକୁ ରହିଛି। ଦନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରକୁ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ। ଆକ୍ରମଣ ପରେ ଘଟଣାସ୍ଥଳ ତଥା ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି। ଏହା ସହିତ ଆକ୍ରମଣକାରୀଙ୍କ ସନ୍ଧାନରେ ଯବାନଙ୍କ ଦ୍ଵାରା ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ଦ୍ରୁତଗତିରେ କରାଯାଇଛି।

 

Categories
ଆଜିର ଖବର

ଛତିଶଗଡ଼ରେ ନକ୍ସଲ ହମଲା : ଜଣେ ଯବାନ ସହିଦ

ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଗତକାଲି  ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ୍‌ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ୨୩୧ ବାଟାଲିୟନର ସିଆରପିଏଫ୍‌ ଯବାନମାନେ ଏକ କନଭୟରେ ଯାଉଥିବା ସମୟରେ ଏଭଳି ଆକ୍ରମଣ ହୋଇଛି। ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ  ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଏହି ହମ୍‌ଲାରେ ସିଆରପିଏଫ୍‌ର ଜଣେ ହେଡ୍‌ କନଷ୍ଟେବଲ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର

ଦାନ୍ତେଓ୍ବାଡାରେ ମାଓ ଆକ୍ରମଣରେ ୬ ସିଆରଏପଏଫ୍‌ ଆହତ

ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।