ଛତିଶଗଡ଼ରେ ନକ୍ସଲ ହମଲା : ଜଣେ ଯବାନ ସହିଦ

Published: Mar 19, 2019, 12:03 pm IST

ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଗତକାଲି  ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ୍‌ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ୨୩୧ ବାଟାଲିୟନର ସିଆରପିଏଫ୍‌ ଯବାନମାନେ ଏକ କନଭୟରେ ଯାଉଥିବା ସମୟରେ ଏଭଳି ଆକ୍ରମଣ ହୋଇଛି। ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ  ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଏହି ହମ୍‌ଲାରେ ସିଆରପିଏଫ୍‌ର ଜଣେ ହେଡ୍‌ କନଷ୍ଟେବଲ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Related posts