Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ମାଓବାଦୀ ଗୁଳି ବିନମୟ, ମାଓ ପୋଷ୍ଟର , କଳାହାଣ୍ଡିରେ ପୁଣିଥରେ ନିଜର ସ୍ଥିତି ଜାହିର କଲେ ମାଓବାଦୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମପଂଚାୟତ କାଣିକୁପା ଗାଁରେ ଏକ ଗଛ ଉପରେ ମାଓ ପୋଷ୍ଟର ଲାଗିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିବା ଜଣାପଡିଛି। ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପ୍ରଦାନ କରାନଯିବା, ଶ୍ରମିକ ନଲଗାଇ ମେସନରେ ରାସ୍ତା କାମ କରାଯିବା, ଓସାର ରାସ୍ତା କରାଯାଇ ଜଙ୍ଗଲ ଲୁଟ କରାଯିବା, ମାଓବାଦୀ ନାମରେ ସାଧାରଣ ଲୋକଙ୍କୁ ଗିରଫ କରାଯିବା ଘଟଣାକୁ ବିରୋଧ କରାଯାଇଥିବା ବିଷୟ ଉଲ୍ଲେଖ ଥିବା ଜଣାପଡିଛି। କଳାହାଣ୍ଡି ଡିଭିଜନ ମାଓବାଦୀ ଏରିଆ କମିଟୀ ତରଫରୁ ଏହି ପୋଷ୍ଟର ଲାଗିଥିବା ଜଣାପଡିଛି।

ଦୁଇଦିନ ତଳେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମପଂଚାୟତର ଗୁଣ୍ଡି ସଂରକ୍ଷିତ ଜଙ୍ଗଲର ସାନଶୋଷ ପଦର, ସିନ୍ଧାକୋଟୀ ପୋରପଦର, ତୋରାଗୁମା ଜଙ୍ଗଲରେ ଏସଓଜି କମ୍ବିଂ ଅପରେସନ ସମୟରେ ମାଓ କେମ୍ପ ଠାବ ହେବା ସହିତ ଗୁଳିବିନିମୟ ହୋଇଥିବା ଜଣାପଡିଥିଲା। ଗୁରବାର ବିଲମ୍ବିତ ରାତ୍ରୀରେ ବଂଶଧାରା– ଘୁମୁସର ନାଗାବଳୀ ମାଓ ଡିଭିଜନର ମାଓବାଦୀମାନେ ଏହିସବୁ ଅଂଚଳରେ ଚଳପ୍ରଚଳ କରୁଥରବା ସୂଚନା ମିଳିଥିବା ବେଳେ ଶୁକ୍ରବାର ସକାଳେ ଏସଓଜି ଜବାନ ସେସବୁ ଅଂଚଳରେ କୁମ୍ବିଂ ଅପରେସନ କରୁଥିବା ବେଳେ ସାମଶୋଷପଦର ଠାରେ ଗୁଳିବିନିମୟ ହୋଇଥିବାର ପୋଲିସ ସୂତ୍ରରୁ ପ୍ରକାଶ।

ଏହି କୁମ୍ବିଂ ସମୟରେ ଏକ ମାଓ କେମ୍ପ ଠାବ ହେବା ସହିତ ମାଓବାଦୀମାନେ ଛାଡିଯାଇଥିବା ମାଓ କିଟ ବେଗ, ପାଣିଜାର,ଔଷଧ ତଥା ଇଂଜେକସନ ବକ, ଛତା,ଡ୍ରେସ, ଚପଳ , ବାସନ କୁସନ ଇତ୍ୟାଦି ମାଓସାମଗ୍ରୀ ତଥା ମାଓ ପୋଷ୍ଟର ପୋଲିସ ଜବତ କରିଛି। ଏହି ଗୁଳିବିନମୟ ସହିତ ମାଓ ପୋଷ୍ଟର ଲାଗିବା ଘଟଣାରୁ କଳାହାଣ୍ଡିରେ ପୁନଃ ମାଓ ସ୍ଥିତି ଜାହିର କରିଥିବା ଜଣାପଡିଛି।

Categories
ଆଜିର ଖବର

ଷଢେଇକଳାଠାରେ ନକ୍ସଲ ଆକ୍ରମଣରେ ପାଞ୍ଚ ପୋଲିସ୍‌ ଶହୀଦ୍‌

ଝାରଖଣ୍ଡର ଷଢେଇକଳା ଜିଲ୍ଲାରେ ନକ୍ସଲ ଆକ୍ରମଣରେ ପାଞ୍ଚ ଜଣ ପୋଲିସ ସହିଦ ହୋଇଛନ୍ତି। ପୋଲିସ ଦଳ ପେଟ୍ରୋଲିଂ କରି ଫେରୁଥିବା ବେଳେ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଶୁକ୍ରବାର ଷଢେଇକଳା ତିରୁଲହିଡ ଥାନା କ୍ଷେତ୍ର କୁକଡୁ ହାଟରେ ଏହି ଘଟଣା ଘଟିଛି। ପୋଲିସ ପେଟ୍ରୋଲିଂ କରି ଫେରୁଥିଲେ ନକ୍ସଲ ମାନେ ପୋଲିସ ଗାଡିକୁ ଚାରିଆଡୁ ଘେରି ଅତି ନିକଟରୁ ଗୁଳି ମାଡ କରିଥିଲେ।  ସହିଦଙ୍କ ମଧ୍ୟରେ ଦୁଇ ଜଣ ଏଏସଆଇ ଓ ତିନି ଜଣ କନଷ୍ଟେବଳ ଅଛନ୍ତି। ପେଟ୍ରୋଲିଂ କରୁଥିବା ଗାଡିରେ ୬ ଜଣ ପୋଲିସ କର୍ମୀ ଥିଲେ। ଏଥିରୁ ପାଞ୍ଚ ଜଣ ସହିଦ ହୋଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସହିଦଙ୍କ ମଧ୍ୟରେ ରହିଛନ୍ତି ଏଏସଆଇ ମନୋଧନ ହାସଦା, ଏଏସଆଇ ଗୋବର୍ଦ୍ଧନ ପାସଓ୍ଵାନ, କନଷ୍ଟେବଳ ଯୁଧିଷ୍ଠୀର ମାଲୁଆ, କନଷ୍ଟେବଳ ଡିବରୁ ପୂର୍ତ୍ତି ଓ କନଷ୍ଟେବଳ ଧନେଶ୍ଵର ମହନ୍ତ ପ୍ରମୁଖ।

Categories
ଆଜିର ଖବର

ଝାଡଖଣ୍ଡରେ ଯବାନ-ମାଓବାଦୀ ଗୁଳି ବିନିମୟ : ଜଣେ ଯବାନ ଶହୀଦ ଓ ୫ ମାଓବାଦୀ ମୃତ

ଝାଡ଼ଖଣ୍ଡର ଦୁମ୍‌କା ଜଙ୍ଗଲରେ ରବିବାର ଭୋର ସମୟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦୁମକା ଏସପି ୱାଇ. ଏସ. ରମେଶ କହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣା ଉପରେ ନଜର ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ଦିନ ଆସାମର ଚିରାଙ୍ଗ ଜିଲା ଅନ୍ତର୍ଗତ ବାସୁଗାଓ ଅଞ୍ଚଳରୁ ଯବାନମାନେ ୨ ଜଣ ମାଓବାଦୀଙ୍କୁ ଗିରଫ କରିଥିଲେ। ଉଭୟ ମାଓବାଦୀ ମୁସଲିମ ମୌଳବାଦୀ ସଂଗଠନ(ଏମଏଫଓ)ର ମୋଫିଜୁଲ ଇସଲାମ ଏବଂ ଫରମାନ ଅଲି ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ପାସ୍‌ପୋର୍ଟ ଜବତ ହୋଇଥିଲା।

Categories
ଆଜିର ଖବର

ଛତିଶଗଡ଼ରେ ନକ୍ସଲ ହମଲା : ଜଣେ ଯବାନ ସହିଦ

ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଗତକାଲି  ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ୍‌ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ୨୩୧ ବାଟାଲିୟନର ସିଆରପିଏଫ୍‌ ଯବାନମାନେ ଏକ କନଭୟରେ ଯାଉଥିବା ସମୟରେ ଏଭଳି ଆକ୍ରମଣ ହୋଇଛି। ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ  ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଏହି ହମ୍‌ଲାରେ ସିଆରପିଏଫ୍‌ର ଜଣେ ହେଡ୍‌ କନଷ୍ଟେବଲ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।